ଜାତୀୟରାଜନୀତି

ମୁନଓ୍ବର ରାଣାଙ୍କ ଘର ବାହାରେ ସୁରକ୍ଷା ବ୍ୟବସ୍ଥା କଡାକଡି: କହିଥିଲେ, ‘ଯୋଗୀ ପୁଣି ମୁଖ୍ୟମନ୍ତ୍ରୀ ହେଲେ ୟୁପି ଛାଡି ଚାଲିଯିବି’

ଲକ୍ଷ୍ନୌ : ଉତ୍ତରପ୍ରଦେଶ ସମେତ ଦେଶର ୫ ରାଜ୍ୟରେ ନିର୍ବାଚନ ଫଳାଫଳ ସାମ୍ନାକୁ ଆସିବାରେ ଲାଗିଛି । ସବୁଠାରୁ ଚର୍ଚ୍ଚିତ ରାଜ୍ୟ ୟୁପିରେ ପୁଣି କ୍ଷମତା ଦଖଲ କରିବାକୁ ଯାଉଛି ବିଜେପି । ପୂର୍ଣ୍ଣ ବହୁମତର ବହୁ ଆଗରେ ରହିଛନ୍ତି ଯୋଗୀ । ଏହାରି ମଧ୍ୟରେ ଲୋକପ୍ରିୟ ସାୟର ମୁନଓ୍ବର ରାଣାଙ୍କ ଘର ବାହାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରିଦିଆଯାଇଛି । ଲକ୍ଷ୍ନୌରେ ଥିବା ତାଙ୍କ ଘର କଲୋନୀ ଗେଟ୍‌ ବନ୍ଦ କରିଦିଆଯାଇଛି । ବାହାରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି ।
ସୂଚନାଯୋଗ୍ୟ, ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ଫଳାଫଳ ବାହାରିବା ପୂର୍ବରୁ ମୁନଓ୍ବର ରାଣା ବିବାଦୀୟ ବୟାନ ଦେଇ ଫସିଥିଲେ । କହିଥିଲେ, ‘ଯୋଗୀ ଆଦିତ୍ୟନାଥ ପୁଣି ଥରେ ମୁଖ୍ୟମନ୍ତ୍ରୀ ହେଲେ ମୁଁ ଉତ୍ତରପ୍ରଦେଶ ଛାଡିଦେବି ।’ ଏବେ ସେହି ବୟାନ ତାଙ୍କ ପାଇଁ ବୁମେରାଂ ହେବାକୁ ଯାଉଛି । ପୂର୍ଣ୍ଣ ବହୁମତ ଆଡକୁ ଅଗ୍ରସର ହେଉଛି ଭାରତୀୟ ଜନତା ପାର୍ଟି ।
ରିପୋର୍ଟ ଲେଖା ହେବା ସୁଦ୍ଧା ଉତ୍ତରପ୍ରଦେଶରେ ବିଜେପି ମେଣ୍ଟ ବର୍ତ୍ତମାନ ୨୬୧ଟି ସିଟ୍‌ରେ ଆଗୁଆ ରହିଛି । ସେହିଭଳି ପ୍ରମୁଖ ବିରୋଧୀ ଦଳ ସମାଜବାଦୀ ପାର୍ଟି ଏବଂ RLD ମେଣ୍ଟ ସିଟ୍‌ ସଂଖ୍ୟା ବଢିଥିଲେ ସୁଦ୍ଧା ବହୁମତ ଠାରୁ ବହୁ ଅନେକ ପଛରେ ଚାଲିଛନ୍ତି । ସେହିଭଳି ୟୁପିରେ କଂଗ୍ରେସ ଏବଂ ବିଏସ୍‌ପି ଅମାନତ ହରାଇଛନ୍ତି । ଦୁଇ ଦଳ ଦୁଇ ଅଙ୍କ ସଂଖ୍ୟା ମଧ୍ୟ ଛୁଇଁପାରିନାହାନ୍ତି । ମୁନଓ୍ବର ରାଣାଙ୍କ ପୁଅ ଉରୁସା ରାଣା ମଧ୍ୟ କଂଗ୍ରେସ ପକ୍ଷରୁ ନିର୍ବାଚନ ଲଢିଥିବା ବେଳେ ସେ ମଧ୍ୟ ଅମାନତ ହରାଇବାକୁ ଯାଉଛନ୍ତି । ପ୍ରତିଦ୍ବନ୍ଦୀଙ୍କ ଠାରୁ ଢେର୍ ପଛରେ ପଡିଯାଇଛନ୍ତି ମୁନଓ୍ବର ରାଣାଙ୍କ ପୁଅ ।

Related Articles

Back to top button
WP Twitter Auto Publish Powered By : XYZScripts.com