ଓଡ଼ିଶା

ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଓଡ଼ିଶାରେ ପ୍ରଥମ ଥର ପାଇଁ ଆରମ୍ଭ ହେଲା ୪ ଦିବସୀୟ ଆନ୍ତଃ-ବିଶ୍ବବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତା

ବାରିପଦା() ଓଡିଶା ଉଚ୍ଚଶିକ୍ଷା ବିଭାଗ ତରଫରୁ ପ୍ରଥମଥର ପାଇଁ ଆରମ୍ଭ ହେଲା ଆନ୍ତଃ-ବିଶ୍ବବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତା। ବାରିପଦା ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟ ହୋଇଛି ଏହାର ଆୟୋଜକ। ଏହି କାର୍ଯ୍ୟକ୍ରମରେ କ୍ରିକେଟ୍, ଫୁଟବଲ, ବ୍ୟାଡ୍‌ମିଣ୍ଟନ, କ୍ୟାରମ୍ ଚେସ୍‌ ଟେବୁଲ୍ ଟେନିସ୍ ଭଲିବଲ୍‌ ବାସ୍କେଟବଲ୍‌, କବାଡ଼ି ଆଦି ପ୍ରତିଯୋଗିତା ଅନୁଷ୍ଠିତ ହେବ।  ଏହି ପ୍ରତିଯୋଗିତାର ଉଦ୍‌ଘାଟନୀ ଉତ୍ସବ ବାରିପଦା ଷ୍ଟାଡ଼ିୟମ୍ ଠାରେ ଅନୁଷ୍ଠିତ ହୋଇଯାଇଛି।

ଏଥିରେ ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଶାଶ୍ବତ ମିଶ୍ର, ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର୍ କିଶୋର କୁମାର ବସା ପୌରହିତ୍ୟ କରିଛନ୍ତି। ଏହି ପ୍ରତିଯୋଗିଚାରେ ୧୫ଟି  ବିଶ୍ବ ବିଦ୍ୟାଳୟର ପାଖାପାଖି ୧୨୫୦ ଜଣ ପ୍ରତିଯୋଗୀ, ୧୦୦ ଜଣ ମ୍ୟାନେଜର ଓ ୧୦୦ ଜଣ ମ୍ୟାଚ୍ ଅଧିକାରୀ ଯୋଗ ଦେଇଛନ୍ତି। ବାରିପଦା ତଥା ଶ୍ରୀରମଚନ୍ଦ୍ର ବିଶ୍ବବିଦ୍ୟାଳୟକୁ ପ୍ରଥମ ଥର ପାଇଁ ଏଭଳି ଏକ କ୍ରୀଡ଼ା ମହାକୁମ୍ଭର ଆୟୋଜନ କରିବାକୁ ସୁଯୋଗ ଦେଇଥିବାରୁ କୁଳପତି ପ୍ରଫେସର କିଶୋର କୁମାର ବସା, ରାଜ୍ୟ ଉଚ୍ଚ ଶିକ୍ଷା ମନ୍ତ୍ରୀ ଡ. ଅରୁଣ ସାହୁ ଓ ଓଡିଶା ରାଜ୍ୟ ଉଚ୍ଚ ଶିକ୍ଷା ପରିଷଦର ଉପାଧ୍ୟକ୍ଷ ପ୍ରଫେସର ଅଶୋକ କୁମାର ଦାସଙ୍କ ସହିତ ପ୍ରମୁଖ ଶାସନ ସଚିବ ଶ୍ରୀ ଶାସ୍ୱତ ମିଶ୍ରଙ୍କୁ କୃତଜ୍ଞତା ଜଣାଇଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com