ଓଡ଼ିଶା

ବିଶ୍ୱ ଐତିହ୍ୟ ନଗରୀ ହେବ ଶ୍ରୀକ୍ଷେତ୍ର

ପୁରୀ, ୨୭/୦୭/୨୦୨୨- ବିଶ୍ୱ ଐତିହ୍ୟ ନଗରୀ ହେବ ଶ୍ରୀକ୍ଷେତ୍ର । ଆଉ ପାଦେ ଆଗେଇଲା ପୁରୀ ବିମାନବନ୍ଦର ନିର୍ମାଣ ପ୍ରକ୍ରିୟା । ଗ୍ରୀନ ଫିଲ୍ଡ ଏୟାରପୋର୍ଟ ପାଇଁ ଇଡକୋର ସ୍ଥିତି ତଦାରଖ କରିଛନ୍ତି ୩ ଜଣିଆ ଟିମ୍  । ଟେକ୍ନୋ ଫିଜିବିଲିଟି ଆସେସମେଣ୍ଟ ସର୍ଭେ ନେଇ ପୁରୀ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରିଛନ୍ତି ।  ସିଆରଜେଡ୍ ଅଞ୍ଚଳ ମଧ୍ୟରେ ପ୍ରସ୍ତାବିତ ଏୟାରପୋର୍ଟର କିଛି ଅଂଶ ଆସୁଛି । ଏହାର ସମାଧାନ ପରେ ଖୁବଶୀଘ୍ର ଏୟାରପୋର୍ଟ କାର୍ଯ୍ୟ ଆରମ୍ଭ ହେବ ବୋଲି କହିଛନ୍ତି ଜିଲ୍ଲାପାଳ ସମର୍ଥ ବର୍ମା । ଏଥିପାଇଁ ଗିରଳ ଛକଠାରେ ୧୫୦୦ ଏକର ଜମି ଚିହ୍ନଟ ହୋଇଛି । ରାଜ୍ୟ ସରକାରଙ୍କ ସହଯୋଗରେ ଭୂତଳ ସର୍ଭେ ସହ ପ୍ରସ୍ତାବିତ ସ୍ଥାନ ଯାଞ୍ଚ କରାଯାଇଛି । ସେପଟେ ବିମାନବନ୍ଦର କାର୍ଯ୍ୟର ଅଗ୍ରଗତିକୁ ସ୍ବାଗତ କରିଛନ୍ତି ଅଞ୍ଚଳବାସୀ । ଦୁଇବର୍ଷ ମଧ୍ୟରେ ଏହାକୁ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି ।ପୁରୀରେ ଶ୍ରୀଜଗନ୍ନାଥଙ୍କ ନାଁରେ ବିମାନବନ୍ଦର ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର କେନ୍ଦ୍ରକୁ ପ୍ରସ୍ତାବ ଦେଇଥିଲେ । ଏହା ଚାରିଧାମକୁ ସଂଯୋଗ କରିବା ସହ ପର୍ଯ୍ୟଟନ କ୍ଷେତ୍ରରେ ବିକାଶ ଦିଗରେ ବେଶ ସହାୟକ ହେବ ।

Related Articles

Back to top button
WP Twitter Auto Publish Powered By : XYZScripts.com