ଓଡ଼ିଶା

ବିଜେଡିର ସମବାୟ ନିର୍ବାଚନ ପ୍ରସ୍ତୁତି, ସୁପରିଚାଳନା ପାଇଁ ବୈଠକରେ ଗୁରୁମନ୍ତ୍ର ଦେଲେ ସୁପ୍ରିମୋ,୪ଟି ଜୋନ୍‌ରେ ଫୋକସ୍ କରିବେ ଛାମୁଆଁଁ

ଭୁବନେଶ୍ୱର: ସମବାୟ ନିର୍ବାଚନ ପାଇଁ ବିଜେଡିର ରଣନୀତି ପ୍ରସ୍ତୁତ । ଭର୍ଚୁଆଲ ବୈଠକରେ ନିର୍ବାଚନ ସୁପରିଚାଳନା ନେଇ ଗୁରୁମନ୍ତ୍ର ଦେଲେ ସୁପ୍ରିମୋ ନବୀନ ପଟ୍ଟନାୟକ । ଏଥିଲାଗି ରାଜ୍ୟ କମିଟି ସହ ସ୍ଥାନୀୟ ନେତା ଓ ବିଧାୟକଙ୍କୁ ନେଇ 4ଟି ଜୋନ୍ ଗଠନ ପାଇଁ ବୈଠକରେ ନିଷ୍ପତି ନିଆ ଯାଇଛି । ଏହାର ପରିଚାଳନା ଦାୟିତ୍ବ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ବିଧାୟକ ଅତୁନ ସବ୍ୟସାଚୀ ନାୟକ, ପ୍ରଣବ ବଳବନ୍ତରାୟ ଓ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କୁ ଦେଇଛନ୍ତି ନବୀନ ।

ବିଧାୟକ ପ୍ରତାପ ଦେବଙ୍କୁ ରାଜ୍ୟ କମିଟିର ଆବାହକ ରଖାଯାଇଛି । ଆସନ୍ତା ଜୁନ୍ 19 ଓ 26ରେ ସମସ୍ତ 7076 ପ୍ରାଥମିକ ସମବାୟ ସମିତି ନିର୍ବାଚନ ହେବ । 15 ଜଣ ଲେଖାଏଁ ନିର୍ଦ୍ଦେଶକ ନିର୍ବାଚିତ ହୋଇ 132ଟି ସେଣ୍ଟ୍ରାଲ ସମବାୟ ସମିତିକୁ ଯିବେ ଏବଂ 15 ଜଣ ଲେଖାଏଁ ନିର୍ଦ୍ଦେଶକ ଆପେକ୍ସ ବଡିକୁ ଯାଇ 21 ଜଣ ନିର୍ଦ୍ଦେଶକ ନିର୍ବାଚିତ କରିବେ। 3 ମାସ ପରେ ସେଣ୍ଟ୍ରାଲ ସମବାୟ ସମିତି ଓ ଆପେକ୍ସ ବଡି ନି୍ରବାଚନ ହେବ। ତେବେ ରାଜ୍ୟରେ ବର୍ତ୍ତମାନ ସମୁଦାୟ 7229 ସମବାୟ ସମିତି ରହିଛି । ନିର୍ବାଚନରେ ଦଳୀୟ ଚିହ୍ନର ବ୍ୟବହାର କରା ଯାଉ ନ ଥିବାରୁ ଏଥି ପ୍ରତି ଉପକୃତ ନେତା ଓ ମନ୍ତ୍ରୀ ବିଶେଷ ଯତ୍ନବାନ ହେବାକୁ ନିର୍ଦ୍ଦେଶ ଦେିଚନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Related Articles

Back to top button
WP Twitter Auto Publish Powered By : XYZScripts.com