ଅନ୍ୟାନ୍ୟ

ରୁଷ ଫିଙ୍ଗିଲା ବିଶାଳକାୟ ବୋମା, ପାଣି ପକାଇ ଡିଫ୍ୟୁଜ୍ କଲେ ୟୁକ୍ରେନର ଏହି ବ୍ୟକ୍ତି ; ଦେଖନ୍ତୁ ଭିଡିଓ

କିଭ୍: ରୁଷ ଓ ୟୁକ୍ରେନ ମଧ୍ୟରେ ୧୬ ଦିନ ହେବ ଯୁଦ୍ଧ ଲାଗି ରହିଛି । ଲଗାତର ଭାବରେ ରୁଷ ସେନା ୟୁକ୍ରେନ ଉପରେ ହମଲା ଜାରି ରଖିଛନ୍ତି । ୟୁକ୍ରେନର ଅନେକ ସହର ଏବେ ଛାରଖାର୍ ହୋଇଯାଇଛି । ଏହା ମଧ୍ୟରେ ତୃତୀୟ ବିଶ୍ୱଯୁଦ୍ଧ ଆଶଙ୍କା ବଢ଼ିବାରେ ଲାଗିଛି । ସୋସିଆଲ୍ ମିଡିଆରେ ରୁଷ ସେନାର ଆକ୍ରମଣର ଏକାଧିକ ଭିଡିଓ ସାମନାକୁ ଆସିଛି । ଯାହା ଖୁବ୍ ଚିନ୍ତା ଜନକ ରହିଛି । ହମଲାରେ ଅନେକ ନାଗରିକଙ୍କର ମୃତ୍ୟୁ ହୋଇଗଲାଣି । ଏହି କ୍ରମରେ ଏକ ଭିଡିଓ ସାମନାକୁ ଆସିଛି । ଏହି ଭିଡିଓରେ ଦୁଇ ଜଣ ବ୍ୟକ୍ତି ଏକ ବିଶାଳକାୟ ବୋମାକୁ ଡିଫ୍ୟୁଜ୍ କରୁଥିାବ ଦେଖିବାକୁ ମିଳିଛି ।
ଭିଡିଓରୁ ଯାହା ଜଣାପଡ଼ିଛି ଯେ, ବୋମାଟି ଫାଟି ନାହିଁ । ହେଲେ କୌଣସି ମୁହୂର୍ତ୍ତରେ ଫାଟି ଯାଇପାରେ । ଦୁଇ ଜଣ ବ୍ୟକ୍ତି କେବଳ ଦୁଇ ହାତରେ ବୋମାଟିକୁ ଡିଫ୍ୟୁଜ୍ କରୁଥିବା ନଜର ଆସିଛନ୍ତି । ତାହା ପୁଣି ପାଣି ପକାଇ ଡିଫ୍ୟୁଜ୍ କରିଛନ୍ତି । ଭିଡିଓକୁ ଦେଖି ୟୁଜର୍ସ ମାନେ ଆଚମ୍ବିତ ହୋଇଯାଇଛନ୍ତି । ଏହି ଭିଡିଓକୁ ସୋସିଆଲ୍ ମିଡିଆରେ ଅପଲୋଡ୍ କରିଛନ୍ତି ୟୁକ୍ରେନୀୟ ଏକ୍ସପ୍ଲୋସିଭ୍ ସ୍ପେଶାଲିଷ୍ଟ୍ । ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଏହାକୁ କୌଣସି ସ୍ପେଶାଳିଷ୍ଟ୍ ଡିଫ୍ୟୁଜ୍ କରିନାହାନ୍ତି ବରଂ ଦୁଇ ଜଣ ୟୁକ୍ରେନର ନାଗରିକ ଏହାକୁ କରି ଦେଖାଇଛନ୍ତି ।
ତେବେ ଏହି ବୋମାଟି କୌଣସି ସାଧାରଣ ବୋମା ନୁହେଁ, କିନ୍ତୁ ଏହାକୁ କେବଳ ହାତରେ ଡିଫ୍ୟୁଜ୍ କରାଯାଉଛି । ଏବେ ସେଠାରେ ପ୍ରତିଦିନ ଏପରି ବୋମା ବର୍ଷଣ କରୁଛି ରୁଷ । ଡିଫ୍ୟୁଜ୍ କରାଯାଇଥିବା ବମ୍ ଟି ଏତେ ଶକ୍ତିଶାଳୀ ଯେ, ଏହାକୁ ଏକ ବିଲ୍ଡିଂକୁ ଧ୍ୱଂସ କରିଦେଇପାରିବ । ଏହା ଖୁବ୍ ବିପଦଜନକ । ଭିଡିଓଟି ଏବେ ଇଣ୍ଟରନେଟ୍ ରେ ଦ୍ରୁତ ଗତିରେ ଭାଇରାଲ୍ ହେଉଛି । ତେବେ ଦୁଇ ଜଣ ସାଧାରଣ ନାଗରିକ ଏପରି ଭାବେ ବିନା କୌଣସି ଇନଷ୍ଟ୍ରୁମେଣ୍ଟ୍ ରେ ବମ୍ ଡିଫ୍ୟୁଜ୍ କରିବାକୁ ଅନେକ ସାବାସୀ ଦେଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com