ଜାତୀୟମନୋରଞ୍ଜନ

କାର୍ତ୍ତିକ ଆର୍ଯ୍ୟନ୍‌ଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେଲେ ଫ୍ୟାନ୍ସ, ଭାଇରାଲ୍‌ ହେଉଛି ପୋଷ୍ଟ

ନୂଆଦିଲ୍ଳୀ : ବଲିଉଡ୍ ଦୁନିଆ ବାହାରୁ ଆସି ଫିଲ୍ମ ଇଣ୍ଡଷ୍ଟ୍ରିରେ ନିଜର ନେମ୍ ଫେମ କରିଥିବା କାର୍ତ୍ତିକ ଆର୍ଯ୍ୟନଙ୍କ ଖୁବ୍‌ ଚର୍ଚ୍ଚାରେ । ତାଙ୍କର ପ୍ରଶଂସକଙ୍କ ସଂଖ୍ୟା କିଛି କମ୍ ନୁହଁନ୍ତି। ଗତ କିଛି ଦିନ ପୂର୍ବରୁ ତାଙ୍କର ଦୁଇଜଣ ଫ୍ୟାନ ଗାର୍ଲ୍ ତାଙ୍କ ଘର ସାମ୍ନାରେ ଛିଡ଼ା ହୋଇ ତାଙ୍କୁ ଦେଖା କରିବେ ବୋଲି ଚିଲାଉଥିଲେ। ପୁଣି ପରେ କାର୍ତ୍ତିକ ଅର୍ଯ୍ୟନ୍ ବାହାରକୁ ଆସି ତାଙ୍କ ଫ୍ୟାନଙ୍କୁ ଦେଖା କରିଥିଲେ। କାର୍ତ୍ତିକ ଆର୍ଯ୍ୟନ ସୋସିଆଲ ମିଡିଆରେ ବହୁତ ଆକ୍ଟିଭ୍ ରୁହନ୍ତି । ଠିକ୍ ସେମିତି କିଛି ଦେଖିବାକୁ ମିଳିଛି ଏବେ ତାଙ୍କ ସୋସିଆଲ ମିଡ଼ିଆ କମେଣ୍ଟ ବକ୍ସରେ।

ତାଙ୍କର ଜଣେ ଫ୍ୟାନ ତାଙ୍କୁ ୨୦ କୋଟି ଟଙ୍କା ଦେବେ ବୋଲି କହିଛନ୍ତି, ତାହା ଯଦି ସେ ତାଙ୍କୁ ପୁଣି ବିବାହ କରନ୍ତି । ତେବେ ସେ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଥିଲେ। ସେହି ଭିଡିଓଟି ତାଙ୍କ ଫିଲ୍ମ ଜଣେ ଛୋଟ ଝିଅଟି ସେହି ଡ଼ାଇଲଗ କହିଥିବାର ନଜର ଆସିଥିଲେ ।

ଖାଲି ସେତିକି ନୁହେଁବ ସେହି ଭିଡିଓର କମେଣ୍ଟ ବକ୍ସରେ ତାଙ୍କୁ ଜଣେ ପ୍ରଶଂସକ ବିବାହ ପାଇଁ କହି ୨୦ କୋଟି ଟଙ୍କା ଦେବା ନେଇ ଅଫର କରିଛନ୍ତି। ପୁଣି କାର୍ତ୍ତିକ ଆର୍ଯ୍ୟନ ସେଥିରେ ପ୍ରତିକ୍ରିୟା ମଧ୍ୟ କରିଛନ୍ତି। ରିପ୍ଲାଏ ଦେଇ କହିଛନ୍ତି କେବେ ବାହା ହେବା। ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ୍‌ ହେଉଛି।

Related Articles

Back to top button
WP Twitter Auto Publish Powered By : XYZScripts.com