କ୍ରୀଡ଼ା

ଚେନ୍ନାଇରେ ଯୋଡି ହେଲେ ଘାତକ ଖେଳାଳି: ଦଳରେ ସ୍ଥାନ ଦେଇ ପାରନ୍ତି କ୍ୟାପଟେନ କୁଲ ମାହି

ନୂଆଦିଲ୍ଲୀ : ଇଣ୍ଡିଆନ ପ୍ରିମିୟର ଲିଗର ସବୁଠାରୁ ସଫଳ ଟିମ ଚେନ୍ନାଇ ସୁପର କିଙ୍ଗସ ସହିତ ଯୋଡି ହୋଇଛନ୍ତି ଜଣେ ଘାତକ ଖେଳାଳି । ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂହଙ୍କ ଭଳି ଛକା ମାରିବାର ଦକ୍ଷତା ସାଙ୍ଗକୁ ବୋଲିଂରେ ମଧ୍ୟ ଖୁବ ସୁନ୍ଦର ପ୍ରଦର୍ଶନ କରିଛନ୍ତି । ଚେନ୍ନାଇ ପୁଣି ଥରେ ଆଇପିଏଲ ଟ୍ରଫିକୁ ନିଜ ନାମରେ କରିବାରେ ଏହି ଖେଳାଳିଙ୍କ ଦକ୍ଷତା ଖୁବ ସହାୟକ ହେବ ବୋଲି ଚର୍ଚ୍ଚା ହେଉଛି ।

IPL 2022: Shivam Dube 'all geared up' for the new season with CSK

ଏହି ଖେଳାଳିଙ୍କ ନାମ ହେଉଛି ଶିବମ ଦୁବେ । ୪ କୋଟି ଟଙ୍କାରେ ଦଳରେ ଦୁବେଙ୍କୁ ସ୍ଥାନ ଦେଇଛି ଚେନ୍ନାଇ । ରଣଜୀ ଟ୍ରଫିର ଏକ ମ୍ୟାଚରେ ବାମହାତୀ ସ୍ପିନର ସ୍ୱପ୍ନିଲ ସିଂହଙ୍କ ଗୋଟିଏ ଓଭରରେ ୫ଟି ଛକା ମାରି ସେ ଚର୍ଚ୍ଚାର ପରିସରକୁ ଆସିଥିଲେ । ଏହାପୂର୍ବରୁ ଫାର୍ଷ୍ଟକ୍ଲାସ କ୍ରିକେଟରେ ଗୋଟିଏ ଓଭରରେ ୬ଟି ଛକା ମାରି ରବି ଶାସ୍ତ୍ରୀଙ୍କ ରେକର୍ଡର ସମକକ୍ଷ ହୋଇଥିଲେ । ଏହିଭଳି କିଛି ପ୍ରଦର୍ଶନ ତାଙ୍କୁ କ୍ରିକେଟ ଜଗତରେ ଖୁବ ପରିଚୟ ଦେଇଛି । ସେପଟେ ଦଳର ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଥିବା ବେଳେ ସେ ଦୁବେଙ୍କ ଏହି ଦକ୍ଷତାକୁ ଭଲ ଭାବରେ ବ୍ୟବହାର କରି ପାରିବେ ବୋଲି ଆଶା କରାଯାଉଛି । ଅନ୍ୟ ପକ୍ଷରେ ଷ୍ଟାର ବୋଲର ଦୀପକ ଚହର ଆହତ ସମସ୍ୟାରୁ ବାହାରି ପାରି ନଥିବା ବେଳେ ତାଙ୍କ ସ୍ଥାନରେ ଶିବମ ଦୁବେ ଜଣେ ଭଲ ବିକଳ୍ପ ମଧ୍ୟ ହୋଇ ପାରନ୍ତି । ତେବେ ଦମଦାର ବ୍ୟାଟିଙ୍ଗ ସହିତ ବୋଲିଂରେ ମଧ୍ୟ ଭଲ ପ୍ରଦର୍ଶନ କରିଛନ୍ତି ଦୁବେ । ଜଣେ ବାମହାତି ବୋଲର ହୋଇଥିବାରୁ ଦଳ ପାଇଁ ଏହା ଏକ ଆଶିର୍ବାଦ ହେବ ବୋଲି କୁହାଯାଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com