କ୍ରୀଡ଼ା

ଆଗକୁ ଆସୁଛି IPL: ଦିଲ୍ଲୀ କ୍ୟାପିଟାଲସ୍ ବସ୍ ଉପରକୁ ହମଲା କଲେ ଦୁର୍ବୃତ୍ତ

ନୂଆଦିଲ୍ଲୀ: ଚଳିତ ଆଇପିଏଲ-୨୦୨୨ ଆସନ୍ତା ୨୭ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ତେବେ ଏହା ପୂର୍ବରୁ ଏକ ହିଂସାତ୍ମକ ଘଟଣା ଘଟିଛି । କିଛି ଦୁର୍ବୃତ୍ତ ଆଇପିଏଲ ଫ୍ରାଞ୍ଚାଇଜ୍ ଦିଲ୍ଲୀ କ୍ୟାପିଟାଲସର ବସ୍ ଉପରେ ହମଲା କରିଛନ୍ତି । ମହାରାଷ୍ଟ୍ର ନବନିର୍ମାଣ ସେନା (ଏମଏନଏସ)ର ୫-୬ ଜଣ କର୍ମୀ ପାର୍କିଂରେ ଛିଡ଼ା ହୋଇଥିବା ବସକୁ ଭଙ୍ଗାରୁଜା କରିଥିବା ଜଣାପଡ଼ିଛି । ଏନେଇ ପୋଲିସ ଆଇପିସି ଧାରା ୧୪୩, ୧୪୭, ୧୪୯ ଓ ୪୨୭ରେ ମାମଲା ଦାୟର କରିଛି । ତେବେ ଏହି ଘଟଣାରେ କାହାର କୌଣସି କ୍ଷତି ହୋଇନଥିବା ଜଣାପଡ଼ିଛି ।
ଏଥର ଆଇପିଏଲରେ ମୁମ୍ବାଇର ତିନୋଟି ଅଲଗା ଅଲଗା ଷ୍ଟାଡିୟମରେ ମୋଟ ୫୫ଟି ଲିଗ୍ ମ୍ୟାଚ ଖେଳାଯିବ । ସିସିଆଇ, ଡିୱାଇ ପାଟିଲ ଓ ୱାଙ୍ଖେଡ଼େ ଷ୍ଟାଡିୟମ ଏଥିପାଇଁ ପ୍ରସ୍ତୁତ ହୋଇ ରହିଛି । ତେଣୁ ମ୍ୟାଚ ପୂର୍ବରୁ ଭିନ୍ନ ଭିନ୍ନ ହୋଟେଲରେ ସମସ୍ତ ଟିମ୍ ଅବସ୍ଥାନ କରିଛନ୍ତି । ଋଷଭ ପନ୍ତଙ୍କ ନେତୃତ୍ୱାଧୀନ ଦିଲ୍ଲୀ ତା’ର ପ୍ରଥମ ମ୍ୟାଚ ମୁମ୍ବାଇ ବିପକ୍ଷରେ ଆସନ୍ତା ୨୭ରେ ଖେଳିବ । ଆଜି ପର୍ଯ୍ୟନ୍ତ ଦିଲ୍ଲୀ ଟିମ୍ ଗୋଟିଏ ବି ଟ୍ରଫି ହାସଲ କରିପାରିନାହିଁ । ଅପରପକ୍ଷେ ମୁମ୍ବାଇ ପାଞ୍ଚ ଥର ଚାମ୍ପିୟନ ହେବାର ସୌଭାଗ୍ୟ ଅର୍ଜନ କରିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com