ଜାତୀୟରାଜନୀତି

୫ଟି ରାଜ୍ୟ ପରେ ଏବେ ପଡ଼ିବ କି ଓଡ଼ିଶା ପାଳି: AICC ପକ୍ଷରୁ ନିରଞ୍ଜନଙ୍କ ପାଖକୁ ଆସିଲା ଚିଠି

ନୂଆଦିଲ୍ଲୀ: ନିକଟରେ ଶେଷ ହୋଇଥିବା ୫ଟି ରାଜ୍ୟ ଉତ୍ତରପ୍ରଦେଶ, ପଞ୍ଜାବ, ଉତ୍ତରାଖଣ୍ଡ, ଗୋଆ ଓ ମଣିପୁରରେ ବିଧାନସଭା ନିର୍ବାଚନ ଫଳାଫଳ କଂଗ୍ରେସକୁ ନିରାଶ କରିଛି । କୌଣସି ଗୋଟିଏ ରାଜ୍ୟରେ ବି କଂଗ୍ରେସ ଶାସନକୁ ନ ଫେରିବା ଦଳର ହାଇକମାଣ୍ଡକୁ ଚିନ୍ତାରେ ପକାଇ ଦେଇଛି । ଏପରିକି ଦେଶର ସର୍ବବୃହତ ସଂସଦୀୟ କ୍ଷେତ୍ର ୟୁପିର ମୋଟ ୪୦୩ଟି ଆସନ ମଧ୍ୟରୁ କଂଗ୍ରେସ ମାତ୍ର ୨ଟି ଆସନ ପାଇବା ଦଳର ସ୍ଥିତି କ’ଣ ତାହା ପ୍ରମାଣିତ କରୁଛି । ତେବେ ଏବେ ଆକ୍ସନ ମୋଡ଼କୁ ଆସିଯାଇଛନ୍ତି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ।
ତେବେ ଏହି ପାଞ୍ଚଟି ରାଜ୍ୟରେ ଦଳ ଖରାପ ପ୍ରଦର୍ଶନ କରିଥିବାରୁ ଉକ୍ତ ରାଜ୍ୟର ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତିମାନଙ୍କୁ ଦାୟୀ କରିଥିଲେ ହାଇକମାଣ୍ଡ । ସେଥିପାଇଁ ୫ଟି ରାଜ୍ୟର ପିସିସି ସଭାପତିଙ୍କୁ ଇସ୍ତଫା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଦଳ ସଭାପତି । ଇତିମଧ୍ୟରେ ପଞ୍ଜାବ କଂଗ୍ରେସ ମୁଖ୍ୟ ନବଜୋତ ସିଂହ ସିଦ୍ଧୁ ନିଜ ପଦରୁ ଇସ୍ତଫା ଦେଇସାରିଛନ୍ତି । ତେବେ ଏହାପରେ ଦେଶର ଅନ୍ୟ ରାଜ୍ୟର ପିସିସି ସଭାପତିଙ୍କୁ ହାଇକମାଣ୍ଡ ଇସ୍ତଫା ଦେବାକୁ କହିପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା । ଏଥିରୁ ଓଡ଼ିଶା ବାଦ୍ ପଡ଼ିବ କେମିତି ।
ତେବେ ଜଣାପଡ଼ିଛି ଯେ, ଓଡ଼ିଶା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟଙ୍କ ପାଖକୁ ଅଲ ଇଣ୍ଡିଆ କଂଗ୍ରେସ କମିଟି (ଏଆଇସିସି) ପକ୍ଷରୁ ଏକ ଚିଠି ଆସିଛି । ତେବେ ଏନେଇ ନିରଞ୍ଜନ କହିଛନ୍ତି ଯେ, ଇସ୍ତଫା ନେଇ ଚିଠିରେ କିଛି କୁହାଯାଇନାହିଁ । ଦେଶରେ କଂଗ୍ରେସର ବିପର୍ଯ୍ୟୟ ଘଟିଥିବାରୁ ତାହା କିପରି ସୁଧୁରିବ ସେଥିନେଇ ସମୀକ୍ଷା କରାଯିବ ।

Related Articles

Back to top button
WP Twitter Auto Publish Powered By : XYZScripts.com