Breaking NewsFeaturedଜାତୀୟମନୋରଞ୍ଜନ

ସାଉଥ୍ ସୁପରଷ୍ଟାର୍‌ଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ପୁଷ୍ପା-୨ ଅଭିନେତ୍ରୀ ଅନସୂୟା

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ: ସାଉଥ ସୁପରଷ୍ଟାର ବିଜୟ ଦେବରକୋଣ୍ଡାଙ୍କ ନାଁ ରେ ସାଙ୍ଘାତିକ ଅଭିଯୋଗ । ଆଉ ଅଭିଯୋଗ ଆଣିଛନ୍ତି ଅଭିନେତ୍ରୀ ତଥା ଏକଦା ତାଙ୍କର ଭଲ ବନ୍ଧୁ ଥିବା ଅନସୂୟା ଭରଦ୍ୱାଜ । ନିକଟରେ ଏକ ସାକ୍ଷାତ୍‌କାରରେ ଅନସୂୟା ବିଜୟଙ୍କ ନାରେ ଏଭଳି ଅଭିଯୋଗ ଆଣିଛନ୍ତି । ତାଙ୍କ କହିବା ଅନୁଯାୟୀ ବିଜୟ ଦେବରକୋଣ୍ଡାଙ୍କ ପ୍ରଚାରକମାନେ ତାଙ୍କୁ ଟ୍ରୋଲ କରିବା ପାଇଁ ଲୋକଙ୍କୁ ଟଙ୍କା ଦେଇଥିଲେ ।

ଅନୁସୟା କହିଛନ୍ତି ଯେ ବିଜୟଙ୍କ ବାପା ୨୦୧୯ରେ “ମିକୁ ମାଥରମେ ଚେପଥା” ଫିଲ୍ମ ନିର୍ମାଣ କରୁଥିଲେ । ଯେଉଁଥିରେ ସେ ଅନସୂୟାଙ୍କୁ ମଧ୍ୟ ଏକ କ୍ୟାରେକ୍ଟର ଦେଇଥିଲେ । ସବୁ ଠିକ୍‌ଠାକ୍ ଥିବା ସମୟରେ ବିଜୟଙ୍କ ଟିମ୍‌ରୁ ଜେଣେ କହିଥିଲେ ଯେ ବିଜୟଙ୍କ ଟିମ୍‌ରୁ ଜଣେ ଟୋଲର୍ସଭ୍‌କୁ ଟଙ୍କା ଦେଇଥିଲେ ତାଙ୍କୁ ଗାଳି ଦେବା ପାଇଁ । ଆଉ ଏସବୁ ବିଜୟ ଜାଣିଥିଲେ ବୋଲି ମଧ୍ୟ ସେ ପ୍ରକାଶ କରିଥିଲେ । ଯାହା ଫଳରେ ଅନସୂୟାଙ୍କୁ ବଡ଼ ଝଟ୍‌କା ଲାଗିଥିଲା । ତେବେ ଉପସ୍ଥାପିକା ଭାବେ କ୍ୟାରିଅର୍ ଆରମ୍ଭ କରିଥିବା ଅନସୂୟା ଭରଦ୍ୱାଜ ଗୋଟିଏ ସମୟରେ ବିଜୟଙ୍କର ଭଲ ସାଙ୍ଗ ଥିଲେ । କିନ୍ତୁ ୨୦୧୭ ମସିହାରେ “ଅର୍ଜୁନ ରେଡ୍ଡୀ” ସିନେମା ପରେ ଦୁର୍ହିଙ୍କ ବନ୍ଧୁତା ଭାଙ୍ଗି ଯାଇଥିଲା । ତେବେ ଖୁବ୍ ଶୀଘ୍ର “ପୁଷ୍ପା-୨”ରେ ନଜର ଆସିବେ ଅନସୂୟା ।

Related Articles

Back to top button
WP Twitter Auto Publish Powered By : XYZScripts.com