ଜାତୀୟ

ଆମେରିକା-ଚୀନ ବିବାଦରେ ବଳି ପଡୁଛି ନେପାଳ, ସରକାର ଭାଙ୍ଗିବା ଧମକ ଦେଲେ ପ୍ରଚଣ୍ଡ

ନୂଆଦିଲ୍ଲୀ()  ନେପାଳରେ ପୁଣି ରାଜନୈତିକ ସଙ୍କଟ । ତେବେ ନେପାଳର ସଙ୍କଟ ପାଇଁ ଦାୟୀ ହେଉଛି ଚୀନ ।  ସରକାରରେ ଥିବା ସେର ବାହାଦୁର ଦେଓବା ସରକାରକୁ କମ୍ୟୁନିଷ୍ଟ ପାର୍ଟି ଅଫ୍ ନେପାଳ ନେତା ପ୍ରଚଣ୍ଡ ମେଣ୍ଟରୁ ଓହରିବା ନେଇ ଧମକ ଦେଇଛନ୍ତି । ଏହି ଧମକ ପ୍ରଚଣ୍ଡ ସେତେବେଳେ ଦେଇଛନ୍ତି ଯେତେବେଳେ ଆମେରିକାର ମିଲେନିୟମ ଚ୍ୟାଲେଞ୍ଜ କର୍ପୋରେସନ ବା ଏମସିସିକୁ ନେପାଳ ସଂସଦରେ ଲାଗୁ କରିବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଥିଲା ।

ଏମସିସିରେ ଆମେରିକା ନେପାଳକୁ ୫୦ କୋଟି ଡଲାର ପ୍ରଦାନ କରିଥାନ୍ତା । ଏହି ଟଙ୍କାରେ ନେପାଳ ରାସ୍ତାର ଗୁଣବତ୍ତା ବଢିଥାନ୍ତା । ଏପରିକି ନେପାଳ ଭାରତ ମଧ୍ୟରେ ବିଜୁଳି କାରବାର ହୋଇଥାନ୍ତା । ତେବେ ପୂର୍ବରୁ ନେପାଳକୁ ଆମେରିକା ଏମସିସି ପାଇଁ ଧମକ ଦେଇଥିଲା । ଯଦି ନେପାଳ ଏହି ଟଙ୍କା ସ୍ୱୀକାର ନକରେ ତେବେ ଆମେରିକା ଦୁଇ ଦେଶର ସମ୍ପର୍କ ବାବଦରେ ସମୀକ୍ଷା କରିବ ବୋଲି କହିଥିଲା । ପୂର୍ବବର୍ଷ ସରକାରରେ ଆସିବା ପରେ ସେର ବାହାଦୁର ସରକାର ଆମେରିକାକୁ ଏମସିସି ଗ୍ରହଣ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ।

ଶ୍ରୀଲଙ୍କା ଏମସିସି ବୁଝାମଣାକୁ ଚୀନ ଭୟରେ କରିଥିଲା ଖାରଜ

ନେପାଳ ଓ ଆମେରିକା ୨୦୧୭ରେ ଏମସିସି ବୁଝାମଣାରେ ସ୍ୱାକ୍ଷରିତ କରିଥିଲେ । ତତ୍କାଳୀନ ଆମେରିକା ସରକାରର ଅଧିକାରୀ ଶ୍ରୀଲଙ୍କା ଓ ନେପାଳର ବିଭିନ୍ନ ନେତାଙ୍କ ସହ ଆଲୋଚନା କରିଥିଲେ । କିନ୍ତୁ ଶ୍ରୀଲଙ୍କା ଚୀନ ଚାପରେ ଏଥିରୁ ଓହରି ଯାଇଥିଲା । ତେଣୁ ଆମେରିକା ନିଜର ୪୮ କୋଟି ଡଲାର ସହାୟତାକୁ ରବ୍ଦ କରିଥିଲା ।

ସୂଚନାଯୋଗ୍ୟ, ଆମେରିକା ୩୦ଟି ଦେଶକୁ ୧୩ ଅରବ ୫୦ କୋଟି ଡଲାର ପ୍ରଦାନ କରିସାରିଛି । ତେବେ ଚୀନ ଆମେରିକାର ଏହି ପଦକ୍ଷେପକୁ ବିରୋଧ କରୁଛି । ଦେଶର ଅନେକ ଅଞ୍ଚଳରେ ଏମସିସି ବିରୋଧରେ ପ୍ରଦର୍ଶନ କରାଯାଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com