ଭୁବନେଶ୍ୱର : ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ ଗ୍ରାଜୁଏଟ୍ସଙ୍କ ପାଇଁ ଗ୍ରୁପ୍ ବି ଗ୍ରାଜୁଏଟ ଲେଭଲ ପଦ ଭଳି ଇନସିଆଲ ଆପଏଣ୍ଟି ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରିଛି । ଏହି ବିଜ୍ଞପ୍ତି ଅନୁଯାୟୀ ସମୁଦାୟ ୨୩୩ ପଦବୀରେ ନିଯୁକ୍ତି ହେବ । ଓଏସଏସସି ନିଯୁକ୍ତି ୨୦୨୨ ରେ କୋ ଅପରେଟିଭ ସର୍ଭିସ ଇନ୍ସପେକ୍ଟର, ଅଡିଟର ଏବଂ ଟେକ୍ସଟାଇଲ ଇନ୍ସପେକ୍ଟର ପଦ ପାଇଁ ନିଯୁକ୍ତି ରହିଛି । ଏହି ଭର୍ତ୍ତି ପାଇଁ ଆବେଦନ ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହୋଇଛି । ଆବେଦନ ପ୍ରକ୍ରିୟା ୧୧ ଏପ୍ରିଲ ୨୦୨୨ ପର୍ଯ୍ୟନ୍ତ ଜାରି ରହିବ । ଏଥିପାଇଁ ଅଫିସିଆଲ ୱେବସାଇଟ୍ ବପନବଦଅଂହତବନଚଳ;ହା କୁ ଯାଇ ଆବେଦନ କରିପାରିବେ । ରେଜିଷ୍ଟ୍ରେସନ ପରେ ୨୨ ଏପ୍ରିଲ ମଧ୍ୟରେ ଆବେଦନ ସବମିଟ୍ କରିପାରିବେ । ଓଏସଏସସି ୨୦୨୨ ପାଇଁ ଆଶାୟୀଙ୍କୁ କମ୍ପ୍ୟୁଟର ଦ୍ୱାରା ପରୀକ୍ଷା ଦେବାକୁ ହେବ ।
ଗୁରୁତ୍ୱପୂର୍ଣ୍ଣ ତାରିଖ:
ରେଜିଷ୍ଟ୍ରେସନ ପ୍ରକ୍ରିୟା ଆରମ୍ଭ-୧୨ ମାର୍ଚ୍ଚ ୨୦୨୨
ରେଜିଷ୍ଟ୍ରେସନର ଶେଷ ତାରିଖ- ୧୧ ଏପ୍ରିଲ ୨୦୨୨
ଆବେଦନ ଫର୍ମ ସବମିଟ କରିବାର ଶେଷ ତାରିଖ- ୨୨ ଏପ୍ରିଲ ୨୦୨୨
ଏହି ପଦବୀରେ ରହିଛି ଖାଲି:
ଇନ୍ସପେକ୍ଟର କୋ-ଅପରେଟିଭ ସର୍ଭିସ-୧୨୭
ଅଡିଟର କୋ-ଅପରେଟିଭ ସର୍ଭିସ-୭୧
ଅଡିଟର ଟେକ୍ସଟାଇଲ ନିର୍ଦ୍ଦେଶାଳୟ-୦୬
ଅଡିଟର ରାଜସ୍ୱ ଡିଭିଜନାଲ କମିଶନର-୦୧
ଇନ୍ସପେକ୍ଟର ଟେକ୍ସଟାଇଲ-୨୮
ଏଭଳି ରହିବ ଦରମା: ୨୫ ,୩୦୦ ଟଙ୍କା ରହିବ ଦରମା
ଯୋଗ୍ୟତା: କୌଣସି ବିଷୟରେ ଗ୍ରାଜୁଏସନ କରିଥିବା ଦରକାର ।
ଆୟୁସୀମା: ୨୧ ରୁ ୩୮ ବର୍ଷ
ଚୟନ ପ୍ରକ୍ରିୟା: ଅନଲାଇନ ପରୀକ୍ଷା ଏବଂ ଏହାପରେ ସାଟିଫିକେଟ ଭେରିଫିକେସନ ପରେ ଆଶାୟୀଙ୍କୁ ଚୟନ କରାଯିବ ।