ଓଡ଼ିଶା

ଦେଶରେ ୧୨ ହଜାର ଟପିଲା ଦୈନିକ ସଂକ୍ରମଣ; ଓଡିଶାରେ ବି ବଢୁଛି କରୋନା, ୨୪ ଘଣ୍ଟାରେ ୪୧ ନୂଆ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ଲଗାତାର କରୋନା ସଂକ୍ରମଣ ପୁଣି ବଢ଼ିବାରେ ଲାଗିଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ସୂଚନା ମୁତାବକ, ୨୪ ଘଣ୍ଟାରେ ୧୨ ହଜାରରୁ ଅଧିକ ମାମଲା ସାମ୍ନାକୁ ଆସିଛି । ଫେବ୍ରୁଆରୀ ପରେ ପ୍ରଥମଥର ପାଇଁ ୧୦ ହଜାର ସଂକ୍ରମଣ ମାମଲା ସାମ୍ନାକୁ ଆସିଛି । ଗତ ୨୪ ଘଣ୍ଟାରେ ଦେଶରେ ୧୨,୨୧୩ କରୋନା ପଜିଟିଭ ମାମଲା ଚିହ୍ନଟ ହୋଇଥିବା ବେଳେ ୧୧ ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ କରୋନା ମୃତ୍ୟୁସଂଖ୍ୟା ୫ ଲକ୍ଷ ୨୪ ହଜାର ୮୦୩କୁ ବୃଦ୍ଧି ପାଇଛି ।

ଅନ୍ୟପଟେ ଓଡ଼ିଶାରେ ବି ବଢ଼ିଯାଇଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ୪୧ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୨୪ ଓ ସ୍ଥାନୀୟ ସଂକ୍ରମଣରୁ ୧୭ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ଖୋର୍ଦ୍ଧାରୁ ସର୍ବାଧିକ ୨୨, କଟକରୁ ୫ ଓ ଷ୍ଟେଟପୁଲରୁ ୬ ପଜିଟିଭ ଚିହ୍ନଟ ହୋଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com