ଅନ୍ତର୍ଜାତୀୟଜାତୀୟ

ନିର୍ଦ୍ଦୟ ଋଷ : ୟୁକ୍ରେନ ଥିଏଟରରେ ଏୟାରଷ୍ଟ୍ରାଇକ୍, ଶତାଧିକ ନାଗରିକ ମୃତ

ନୂଆଦିଲ୍ଲୀ()  ଆମେରିକା ଓ ୟୁରୋପୀୟ ଦେଶର ଚାପ ସତ୍ତ୍ୱେ ୟୁକ୍ରେନ ଉପରେ ଘନଘନ ଆକ୍ରମଣ କରୁଛି ଋଷ । ଋଷ ସେନା ଥିଏଟର ଉପରେ ଆକ୍ରମଣ କରିଥିବା ୟୁକ୍ରେନ ଦାବି କରିଛି । ନୀରିହ ନାଗରିକଙ୍କ ଉପରେ ବୋମାମଡ କରୁଛି । ଋଷର ଏୟାର ଷ୍ଟ୍ରାଇକରେ ଅନେକ ଲୋକେ ପ୍ରାଣ ହରାଇଥିବା ବେଳେ ଶହଶହ ଗୁରୁତର ହୋଇଛନ୍ତି । ଥିଏଟରରେ ପ୍ରାୟ ୧୦୦୦ ଦର୍ଶକ ଥିବା ବେଳେ ଋଷ ଆକ୍ରମଣ କରିଥିବା ୟୁକ୍ରେନ ଦାବି କରିଛି ।

ୟୁକ୍ରେନ ଅଧିକାରୀଙ୍କ କହିବାନୁସାରେ, ମାରିୟୁପୁଲ ସହର ପାଖରେ ଥିବା ଏକ ଥିଏଟରରେ ହଠାତ ଏୟାରଷ୍ଟ୍ରାଇକ୍ ହୋଇଥିଲା । ଥିଏଟର ମଧ୍ୟରେ ହଜାରରୁ ଅଧିକ ନାଗରିକ ରହିଥିଲେ । ଏଥିରେ କେତେ ମୃତାହତ ହୋଇଛନ୍ତି ତାହା ସ୍ପଷ୍ଟ ହୋଇପାରିନାହିଁ । ତେବେ ଶତାଧିକ ନାଗିରକ ପ୍ରାଣ ହରଇଥିବା ସନ୍ଦେବ କରାଯାଉଛି ।

ସୂଚନାଯୋଗ୍ୟ, ଋଷ ଓ ୟୁକ୍ରେନ ମଧ୍ୟରେ ୨୧ ଦିନ ଧରି ଭୟଙ୍କର ଯୁଦ୍ଧ ଜାରି ରହିଛି । ଗୁରୁବାର ଯୁଦ୍ଧର ୨୨ତମ ଦିନ ଅଟେ । କଡା ପ୍ରତିବନ୍ଧକ ସତ୍ତ୍ୱେ ଋଷ ଘନଘନ ମିସାଇଲ ମାଡ ଜାରି ରଖିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com