Featuredଓଡ଼ିଶା

ନାବାଳକଙ୍କୁ ଗାଡ଼ି ମନା , ଧରାପଡ଼ିଲେ ୨୫ ହଜାର ଫାଇନ୍ ସହ ଅବିଭାବକଙ୍କୁ ଜେଲ୍‌

ଦୁର୍ଘଟଣା ରୋକିବା ପାଇଁ ଆକ୍ସନ ମୋଡ଼ରେ ରାଜ୍ୟ ସରକାର । ଏଣିକି ନାବାଳକ ଗାଡ଼ି ଚାଳକଙ୍କୁ ଆଉ ନିସ୍ତାର ନାହିଁ । କୌଣସି ନାବାଳକ ଗାଡ଼ି ଚଲାଉଥିଲେ ଗଣିବେ ୨୫ ହଜାର ଜୋରିମାନା । ଏହା ସହିତ ଗାଡ଼ି ମାଲିକ ତଥା ଅଭିଭାବକ ମଧ୍ୟ ଯାଇ ପାରନ୍ତି ଜେଲ୍ । ଏଥିପାଇଁ ଆଜିଠାରୁ ବିଭିନ୍ନ ସ୍ଥାନରେ କଡ଼ାକଡ଼ି ହେଉଛି ଯାଞ୍ଚ । ୧୮ ବର୍ଷରୁ କମ୍ ବୟସର ପିଲା ବିନାଲାଇସେନ୍ସରେ ଗାଡ ଚଲାଉଥିବାରୁ ବିଭିନ୍ନ ସମୟରେ ଦୁର୍ଘଟଣା ଘଟୁଛି । ଏହାକୁ ନଜରେ ରଖି ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି । ଯଦି ନାବାଳକ ପିଲା ବାଇକ୍ କିମ୍ବା ଅନ୍ୟ ଗାଡ଼ି ଚଳାଉଥିବା ବେଳେ ଧରାପଡ଼ିବେ, ତେବେ ଗାଡ଼ିର ମାଲିକକୁ କୋର୍ଟ ଚାଲାଣ କରାଯିବା ସହିତ ୨୫ ହଜାର ଟଙ୍କା ଜୋରିମାନା କରାଯିବା । ଗାଡିକୁ ଜବତ କରାଯିବା ପରେ ପଞ୍ଜିକରଣ ବାତିଲ କରାଯିବ । ଏଥିପାଇଁ ସ୍କୁଲ ଆଖପାଖରେ ଡ଼େରା ପକାଇଛନ୍ତି ପୋଲିସ୍ ବାହୀନି । ଏନେଇ ପରିବହନ ଏନ୍ଫୋର୍ସମେଣ୍ଟ୍ ଅତିରିକ୍ତ କମିଶନର ଲାଲମୋହନ ସେଠୀ ସୂଚନା ଦେଇଛନ୍ତି । ପୋଲିସ ସହ ମିଶି ପରିବହନ ଅଧିକାରୀ ଏହି ଚଢ଼ାଉ କରିବେ । ଗତ ବର୍ଷ ଅର୍ଥାତ ୨୦୨୨ ରେ ରାଜ୍ୟରେ ୧୫୫ ଜଣ ୧୮ବର୍ଷ ରୁ କମ ବୟସ୍କଙ୍କର ଦୁର୍ଘଟଣାରେ ହୋଇଛି ପ୍ରାଣହାନି । ଟ୍ରାଫିକ ଚେକିଂ ରୁ ବଞ୍ଚିବା ପାଇଁ ନମ୍ୱର ପ୍ଲେଟ ଟାମ୍ପରିଙ୍ଗ.ମଦ୍ୟପାନ କରି ଗାଡ଼ି ଚଳାଉ ଥିବା ଚାଳକ ଏବଂ କମ୍ ବୟସ୍କ ପିଲାମାନଙ୍କୁ ସାବାନ କରିବା ପାଇଁ ଏହି ସ୍ଵତନ୍ତ୍ର ଡ୍ରାଇଭ କରୁଛି ପରିବହନ ବିଭାଗ ।

Related Articles

Back to top button
WP Twitter Auto Publish Powered By : XYZScripts.com