ଆଜି କଳିଙ୍ଗରେ ଭାରତ ଓ ଆର୍ଜେଣ୍ଟିନା ମଧ୍ୟରେ ଶେଷ ଟକ୍କର, ପ୍ରତିଶୋଧ ନେବା ଲକ୍ଷ୍ୟରେ ଭାରତ
ଭୁବନେଶ୍ୱର() ଆଜି କଳିଙ୍ଗରେ ଭାରତ ଓ ଆର୍ଜେଣ୍ଟିନା ମଧ୍ୟରେ ଶେଷ ଟକ୍କର । ଗତକାଲିର ପରାଜୟର ପ୍ରତିଶୋଧ ନେବା ପାଇଁ ଆଜି ପଡ଼ିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ଆଜି ସଂଧ୍ୟା ୭ଟା ୩୦ରେ ଆର୍ଜେଣ୍ଟିନା ସହିତ ଭାରତର କଡ଼ା ଟକ୍କର ଦେଖିବାକୁ ମିଳିବ । ଏହା ପୂର୍ବରୁ ଦୁଇ ଦଳ ଜୋରଦାର ଅଭ୍ୟାସ କରିବାରେ ଲାଗିଛନ୍ତି । ଗତକାଲି ଖେଳାଯାଇଥିବା ମ୍ୟାଚରେ ସଂଘର୍ଷ କରି ସୁଟ ଆଉଟରେ ପରାସ୍ତ ହୋଇଥିଲା ଭାରତ । ସୁଟଆଉଟରେ ଆର୍ଜେଣ୍ଟିନାଠାରୁ ୩-୧ ଗୋଲରେ ପରାସ୍ତ ହୋଇଥିଲା ଭାରତ । କଳିଙ୍ଗ ଷ୍ଟାଡିୟମରେ ଖେଳଯାଇଥିବା FIH ପ୍ରୋ ଲିଗ ଗତକାଲି ମ୍ୟାଚରେ ନିର୍ଦ୍ଧାରିତ ସମୟ ମଧ୍ୟରେ ଉଭୟ ଦଳ ଦୁଇଟି ଲେଖାଏଁ ଗୋଲ ସ୍କୋର କରିଥିଲେ । ଯାହା ଫଳରେ ଏହି ମ୍ୟାଚଟି ଡ୍ର ରହିଥିଲା । ଡ୍ର’ ହେବା ଫଳରେ ମ୍ୟାଚ ସୁଟ୍ ଆଉଟକୁ ଯାଇଥିଲା । କିନ୍ତୁ ସୁଟ୍ ଆଉଟରେ ବଜି ମାରିନେଇଥିଲା ଆର୍ଜେଣ୍ଟିନା । ଆର୍ଜେଣ୍ଟିନା ଏହି ମ୍ୟାଚକୁ ୩-୧ରେ ନିଜ ନାମରେ କରିଥିଲା ।
It wasn’t our day but it’s definitely our game! A new opportunity tomorrow for a stronger team India.#IndiaKaGame #HockeyIndia #hockeyatitsbest #FIHProLeague @CMO_Odisha @sports_odisha @IndiaSports @Media_SAI @ArgFieldHockey pic.twitter.com/bOBlparQ0A
— Hockey India (@TheHockeyIndia) March 19, 2022