![](https://i0.wp.com/odia.mobilenews24x7.com/wp-content/uploads/2022/03/dgdfgdfffd.png?resize=640%2C360&ssl=1)
ନୂଆଦିଲ୍ଲୀ() ମଣିପୁର ବିଧାନସଭା ନିର୍ବାଚନ ୨୦୨୨ରେ ବିଜୟ ପରେ ବିଜେପି ମୁଖ୍ୟମନ୍ତ୍ରୀ ଚେହେରା ଖୋଜିବାରେ ଲାଗିଛି। ଏହିକ୍ରମରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମାଳା ସୀତାରମଣ ଏବଂ ଆଇନ ମନ୍ତ୍ରୀ କିରିଣ ରିଜିଜୁ ଇମ୍ଫାଲରେ ପହଞ୍ଚିଛନ୍ତି । ଦୁଇ ନେତା ବିଜେପି ବିଧାୟକ ଦଳ ନେତା ନିର୍ବାଚନ ପାଇଁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଏବଂ ସହ-ପର୍ଯ୍ୟବେକ୍ଷକ ଅଛନ୍ତି।
ଏହାପୂର୍ବରୁ ମଣିପୁରର କାର୍ଯ୍ୟକାରୀ ମୁଖ୍ୟମନ୍ତ୍ରୀ ଏନ.ବିରେନ ସିଂ ରାଜଧାନୀ ଦିଲ୍ଲୀରେ ପହଞ୍ଚିଛନ୍ତି। ଏହି ଗସ୍ତରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଭେଟିଛନ୍ତି । ବିଜେପି ବିଧାୟକ ଥୋଙ୍ଗମ ବିଶ୍ୱଜିତ୍ ସିଂ ଅନ୍ୟ ଏକ ବିମାନରେ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ମଣିପୁର ମୁଖ୍ୟମନ୍ତ୍ରୀ ଦୌଡରେ ତାଙ୍କ ନାଁ ମଧ୍ୟ ଥିବା ଚର୍ଚ୍ଚା ହେଉଛି।
ମଣିପୁରରେ ଲଗାତାର ଦ୍ୱିତୀୟଥର କ୍ଷମତାକୁ ଫେରିଥିବା ବିଜେପି ବିଜୟର ଗୋଟିଏ ସପ୍ତାହ ପରେ ମୁଖ୍ୟମନ୍ତ୍ରୀ ନାଁ ଘୋଷଣା କରିପାରି ନାହିଁ। ପରବର୍ତ୍ତି ସରକାର କେବେ କାର୍ଯ୍ୟ ଗ୍ରହଣ କରିବେ ଏହାର ନେତୃତ୍ୱ କିଏ ନେବ ଏହା ସ୍ପଷ୍ଟ ହୋଇନାହିଁ । ମୁଖ୍ୟମନ୍ତ୍ରୀ ପଦ ପାଇଁ ଦୁଇ ଜଣ ବିରେନ ସିଂ ଏବଂ ଥୋଙ୍ଗମା ବିଶ୍ୱଜିତ ସିଂ ନାଁ ଆଗରେ ରହିଛି। ତେବେ ମିଡିଆ ରିପୋର୍ଟ ଅନୁସାରେ, ଗତ ବିଧାନସଭାର ବାଚସ୍ପତି ୟୁମନା ଖେମଚନ୍ଦ ସିଂ ନାଁ ମଧ୍ୟ ଏହି ଦୌଡରେ ରହିଛି। ୟୁମନାମ ଖେମଚନ୍ଦ ସିଂଙ୍କୁ ଆରଏସଏସର ସମର୍ଥନ ରହିଛି।