ଓଡ଼ିଶା

ପିଚୁ କଡ଼ାରେ ପଡ଼ି ୩ ଶିଶୁ ଗୁରୁତର

କେନ୍ଦୁଝର() କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ଅନ୍ତର୍ଗତ କନକନା ଗାଁରେ ଦୁଃଖଦ ଘଟଣା ଘଟିଛି।  ପିଚୁକଡ଼ାରେ ପଡ଼ି ୩  ଶିଶୁ  ଗୁରୁତର ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁଯାୟୀ, କନକନା ଗାଁର ରାସ୍ତା କାମ ଚାଲୁଥିଲା। ଗତକାଲି ହୋଲି ପାଇଁ ରାସ୍ତା କାମ ବନ୍ଦ ଥିଲା।  ଆଜି ସକାଳେ ରାସ୍ତାକଡ଼ରେ ଥିବା ପିଚୁକଡ଼ା  ନିକଟରେ  କିଛି ପିଲା ଖେଳୁଥିଲେ। ଖେଳୁ ଖେଳୁ ଦୁଇ ଜଣ ପିଲା ଆସାବଧାନ କାରଣରୁ ସେମାନେ ପିଚୁକଡ଼ାରେ ପଡ଼ି ଯାଇଥିଲେ। ଆଉ ଜଣେ ଶିଶୁ ସେମାନଙ୍କୁ ଉଦ୍ଧାର କରି ସେ ମଧ୍ୟ ପଡ଼ିଯାଇଥିଲେ।  ଗାଁ ଲୋକେ କିରୋସିନ ଢ଼ାଳି ପିଲାମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

ଠିକାଦାର ଅସାବଧାନ କାରଣ ଯୋଗ ଏପରି ଘଟିଥିବା  ଗ୍ରାମବାସୀ ଅଭିଯୋଗ କରିଛନ୍ତି।

Related Articles

Back to top button