ଓଡ଼ିଶା

ପେଟ୍ରୋଲ ପମ୍ପରେ ଲୁଟ୍‌, ଗନ୍‌ ପଏଣ୍ଟରେ ନେଇ ଗଲେ ୨୦ ଲକ୍ଷ ଟଙ୍କା

କେନ୍ଦୁଝର() ପେଟ୍ରୋଲ ପମ୍ପରୁ ୨୦ ଲକ୍ଷ ଟଙ୍କା ଲୁଟ୍ । ଗନ୍ ପଏଣ୍ଟରେ ପେଟ୍ରୋଲ ପମ୍ପରୁ ୨୦ ଲକ୍ଷ ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । କେନ୍ଦୁଝର ସଦର ଥାନା ଜଡିଚାତର ଠାରେ ଥିବା ଏକ ପେଟ୍ରୋଲ ପମ୍ପରୁ ଏହି ଲୁଟ୍ ହୋଇଛି ।

ଖବର ଅନୁଯାୟୀ, ଆଜି ଭୋର ପ୍ରାୟ ୪ଟା ବେଳେ ୬ ଜଣ ମୁଖା ପିନ୍ଧା ଦୁର୍ବୃତ୍ତ ଏହି ଲୁଟ୍ କରିଛନ୍ତି। ଦୁର୍ବୃତ୍ତ ମାନେ ହେଲମେଟ ପିନ୍ଧି ପେଟ୍ରୋଲ ପମ୍ପରେ ପଶି ହଠାତ୍ ଆକ୍ରମଣ କରିଥିଲେ। ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ବନ୍ଧୁକ-ଭୁଜାଲି ଦେଖାଇ ୬ ଜଣ ଲୁଟେରା ୨୦ଲକ୍ଷ ଟଙ୍କା ଧରି ଚମ୍ପଟ ମାରିଛନ୍ତି। ଏହାସହିତ ଗୋଟିଏ ବନ୍ଧୁକ ତିନୋଟି ଜୀବନ୍ତ ଗୁଳି ଓ ୪ ଟି ମୋବାଇଲ୍ ନେଇଥିବା ସୂଚନା ମିଳିଛି । ଲୁଟ୍ ନେଇ ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି।

ତେବେ ସବୁଠାରୁ ବଡକଥାହେଲା ପଦ୍ମପୁର ଅଞ୍ଚଳରେ ବର୍ତ୍ତମାନ ଚୋରୀ ଡକାୟତି ରାଜହାନୀ ଭଳି ଅପରାଧ ବଢିବାକୁ ଲାଗୁଛି।ମାତ୍ର ଏହାକୁ ରୋକିବାରେ ପୋଲିସ ପ୍ରଶାସନ ବିଫଳ ହୋଇଛି ବୋଲି ବୁଦ୍ଧିଜୀବି ମହଲରେ ପ୍ରକାଶ ପାଇଛି। ଜିଲ୍ଲା ପୋଲିସ ପ୍ରଶାସନ ଘଟୁଥିବା ଏହି ଅପରାଧ ପ୍ରତି ଅଧିକ ଗୁରୁତ୍ବ ଦେବା ସହ ପାଟ୍ରୋଲିଂକୁ କଡାକଡି କରିବାକୁ ସାଧାରଣରେ ଦାବିହୋଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com