Breaking NewsFeaturedଓଡ଼ିଶାଭାଇରାଲ୍ ଭିଡିଓ

ସ୍ତ୍ରୀକୁ ଲୁଚି ବାହା ହେଉଥିଲା ସ୍ୱାମୀ ଧରା ପଡ଼ିଲା ବହେ ଖାଇଲା, ପୋଲିସ…

ଘରେ ୨ଟା ଝିଅ ଆଉ ସ୍ତ୍ରୀ । ତଥାପି ବାବୁଙ୍କର ବାହା ହବାକୁ ମନ । ଗୋଟିଏ ନୁହେଁ କି ଦୁଇଟି ନୁହେଁ ଆହୁରି ଦଶଟା ବାହାହେବି । ଏଭଳି କହିଛନ୍ତି ଦ୍ୱିତୀୟ ବିବାହ କରିବାକୁ ଆସି ଧରାପଡିଥିବା ଯୋଗେଶ ହାତୀ । ଘଟଣାନୁସାରେ ରବିବାର ଭୁବନେଶ୍ୱର ଉପକଣ୍ଠ ବାଳକାଟିସ୍ଥିତ ଦୁଲ୍ଲା ଦେବୀ ମନ୍ଦିରରେ ଲୁଚିକରି ବାହାହେଉଥିଲେ । କୌଣସି ସୂତ୍ରରୁ ଖବର ପାଇ ମନ୍ଦିରରେ ପହଞ୍ଚିଥିଲେ ଯୋଗେଶଙ୍କ ପ୍ରଥମ ପତ୍ନୀ ।

ଏହାପରେ ବିବାହ ବେଦୀ ପାଲଟିଥିଲା ରଣକ୍ଷେତ୍ର । ରସିକ ବରକୁ ବହେ ଉତ୍ତମ ମଧ୍ୟମ ଦେଇଥିଲେ ସ୍ତ୍ରୀ ଏବଂ ଝିଅ । ପରିସ୍ଥିତି ବିଗୁଡୁଥିବାରୁ ପୁଲିସକୁ ଖବର ଦିଆଯାଇଥିଲା । ତେବେ ଯୋଗେଶଙ୍କ ଘର ଖୋର୍ଦ୍ଧା ଜଙ୍କିଆ ଥାନା ଚନ୍ଦ୍ରମା ପାଟପୁର ଗାଁରେ । ସେ ଏରଶମା ଅଂଚଳରେ ବିବାହ କରିଥିଲେ । ତାଙ୍କର ୧୩ ବର୍ଷ ଏବଂ ୩ ବର୍ଷର ୨ଟି ଝିଅ ରହିଛନ୍ତି । ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ ମଧ୍ୟ ଭଲରେ ଚାଲିଥିଲା । ମାତ୍ର ଆଉ ଜଣେ ଯୁବତୀଙ୍କୁ ଭଲପାଇ ବସିଥିଲେ ଯୋଗେଶ । ଯେଉଁଥିପାଇଁ ପରିବାରରେ ଅଶାନ୍ତି ସୃଷ୍ଟି ହୋଇଥିଲା । ଆଜି ସେହି ଯୁବତୀଙ୍କୁ ବିବାହ କରୁଥିବା ସମୟରେ ସ୍ତ୍ରୀ ଏବଂ ଝିଅ ପହଞ୍ଚି ବାହାଘରକୁ ଅଟକାଇଥିଲେ । ପୋଲିସ ଏନେଇ ତଦନ୍ତ ଜାରି ରଖିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com