ଓଡ଼ିଶା

ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଦେଖି ବିଭୋର ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମ୍ପନ୍ନ ହୋଇଛି । ଦୀର୍ଘ ୫୦୦ ବର୍ଷରପ୍ରତୀକ୍ଷାର ହେଲା ଅନ୍ତ ହୋଇଛି । କାଶୀ ପୀଠର ବେଦଜ୍ଞ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟ ସଂପନ୍ନ କଲେ । ମୁଖ୍ୟ ଯଜମାନ ଭାବେ ଦାୟିତ୍ବ ନିର୍ବାହ କଲେ ପ୍ରଧାନମନ୍ତ୍ରୀ । ଆର୍‌ଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତ ଉପସ୍ଥିତ ଥିଲେ। ସାରା ଦେଶରେ ଶୁଭୁଛି ଜୟ ଶ୍ରୀରାମ ନାରା । ୮୪ ସେକେଣ୍ଡର ଅଭିଜିତ ମୁହୂର୍ତ୍ତ ରେ ହୋଇଛି ପ୍ରାଣ ପ୍ରତିଷ୍ଠା । ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କ ସମେତ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ୟୁପି ରାଜ୍ୟପାଳ ଆନନ୍ଦିବେନ ପାଟିଲ ଏବଂ ଆର୍‌ଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତ ଉପସ୍ଥିତ ଥିଲେ ।ସାରା ଦେଶରେ ହେଉଥିଲା ପ୍ରାଣ ପ୍ରତିଷ୍ଠା ଉତ୍ସବର ଲାଇଭ ଟେଲିକାଷ୍ଟ ହୋଇଥିଲା ।

ବିଭିନ୍ନ ଗଣମାଧ୍ୟମ ଓ ଧାର୍ମିକ ଅନୁଷ୍ଠାନରେ ବସି ପ୍ରଭୁରାମଙ୍କ ଦିବ୍ୟ ଦର୍ଶନ କରିଥିଲେ ଲକ୍ଷ ଲକ୍ଷ ଭକ୍ତ । ତେଣୁ ଏଭଳି ଏକ ଶୁଭ ମୁହୂର୍ତ୍ତକୁ ଦେଖିବାକୁ ବାଦ୍ ପଡିନଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ସେ ନିଜ ବାସଭବନରେ ଭର୍ଚୁଆଲରେ ଲାଇଭ ଦର୍ଶନ କରିଥିଲେ । ଏହି ସମୟରେ ତାଙ୍କ ସହ ମୋ ଓଡିଶା ନବୀନ ଓଡିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନ ମଧ୍ୟ ଉପସ୍ଥିତ ଥିଲେ । ଯାହାର ଏକ ଭିଡ଼ିଓ ଏବଂ ପୋଷ୍ଟ ସୋସିଆଲ ମିଡିଆ ଏକ୍ସରେ ସେୟାର ହୋଇଛି । ଉଭୟ ଯୋଡି ଯୋଡ଼ି ପ୍ରଭୁ ରାମଙ୍କ ପ୍ରତି ପ୍ରଣିପାତ ଜଣାଇ ଦେଖିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com