ଜାତୀୟମନୋରଞ୍ଜନ

ପ୍ରତ୍ୟେକ ଭାରତୀୟଙ୍କୁ ଦ କଶ୍ମୀର ଫାଇଲ୍ସ ଦେଖିବା ଉଚିତ୍, ଫିଲ୍ମର ଖୁବ୍ ପ୍ରଶଂସା କଲେ ଅମିର ଖାନ

ନୂଆଦିଲ୍ଲୀ: ଦ କଶ୍ମୀର ଫାଇଲ୍ସ ଯେବେଠୁ ରିଲିଜ୍ ହୋଇଛି ଫିଲ୍ମଟି ସିନେମାଘରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଫିଲ୍ମର ଇମୋସନାଲ ଏବଂ ଦମଦାର ବାସ୍ତବିକ କାହାଣୀ ଦର୍ଶକଙ୍କ ହୃଦୟରେ ଗଭୀର ପ୍ରଭାବ ପକାଇଛି। ଯାହା ମୁହଁରୁ ଶୁଣିବ କେବଳ ସେହି ଫିଲ୍ମର ଚର୍ଚ୍ଚା। ସାଧାରଣ ଜନତାଙ୍କଠୁ ନେଇ ବଲିଉଡ ହସ୍ତୀ ପର‌୍ୟ୍ୟନ୍ତ, ସମସ୍ତେ ଦ କଶ୍ମୀର ଫାଇଲ୍ସର ଭୁରି ଭୁରି ପ୍ରଶଂସା କରୁଛନ୍ତି। ଏହି କ୍ରମରେ ବଲିଉଡର ପରଫେକ୍ଟନିଷ୍ଟ ଅମିର ଖାନ ମଧ୍ୟ ଫିଲ୍ମର ପ୍ରଶଂସା କରିବାକୁ ନିଜକୁ ରୋକି ପାରି ନାହାନ୍ତି।
ଅମିର ଖାନ ନିକଟରେ କହିଛନ୍ତି, ପ୍ରତ୍ୟେକ ଭାରତୀୟଙ୍କୁ ଦ କଶ୍ମୀର ଫାଇଲ୍ସ ନିଶ୍ଚୟ ଦେଖିବା ଉଚିତ୍। ଅମିର ଖାନ ଏବଂ ଆଲିଆ ଭଟ୍ଟ ଗତ ଦିନରେ ଫିଲ୍ମ ଆରଆରଆର ପାଇଁ ଦିଲ୍ଲୀରେ ଏକ କାର‌୍ୟ୍ୟକ୍ରମରେ ଯୋଗ ଦେଇଥିଲେ। ଇଭେଣ୍ଟରେ ଗଣମାଧ୍ୟମ ସହ ଆଲୋଚନା ସମୟରେ ଅମିର ଖାନଙ୍କୁ ଦ କାଶ୍ମୀର ଫାଇଲ୍ସକୁ ନେଇ ତାଙ୍କର ମତାମତ ପଚରା ଯାଇଥିଲା। ଏହା ଉପରେ ଅମିର କହିଛନ୍ତି, ଏହି ଫିଲ୍ମ ମୁଁ ନିଶ୍ଚୟ ଦେଖିବି…ଏହା ଇତିହାସର ଏମିତି ଏକ ଅଂଶ ଯାହା ହୃଦୟକୁ ଦୋହଲାଇ ଦେଇଛି। କଶ୍ମୀରୀ ପଣ୍ଡିତଙ୍କ ସହ ଯାହା ଘଟିଛି, ତାହା ଦୁଃଖଦାୟକ ଏବଂ ଏହା ଉପରେ ନିର୍ମିତ ହୋଇଥିବା ଏହି ଫିଲ୍ମକୁ ପ୍ରତ୍ୟେକ ଭାରତୀୟ ଦେଖିବା ଉଚିତ୍ ବୋଲି ଅଭିନେତା କହିଛନ୍ତି।
ଅମିର ଏହା ମଧ୍ୟ କହିଛନ୍ତି, ଫିଲ୍ମର ସବୁଠୁ ସୁନ୍ଦରତା ହେଉଛି ଏହି ଫିଲ୍ମ ସେହି ଲୋକଙ୍କ ଭାବନାକୁ ଛୁଇଁଛି ଯେଉଁମାନେ ମାନବିକତା ଉପରେ ବିଶ୍ଵାସ ରଖନ୍ତି। ସେ କହିଛନ୍ତି ମୁଁ ନିଶ୍ଚୟ ଏହି ଫିଲ୍ମ ଦେଖିବି। ଫିଲ୍ମଟି ଖୁବ୍ ସଫଳତା ହାସଲ କରିଛି ତାହା ଦେଖି ମୁଁ ବହୁତ ଖୁସି।

Related Articles

Back to top button
WP Twitter Auto Publish Powered By : XYZScripts.com