ଓଡ଼ିଶା

ଏନଜିଓ ହଲ୍ ପରିସରରେ ସି.ପି.ଆଇ ରେଡ୍ ଷ୍ଟାର ୭ମ ରାଜ୍ୟ ସମ୍ମିଳନୀ ଉଦଘାଟିତ

ବ୍ରହ୍ମପୁର: ସି.ପି.ଆଇ(ଏମ୍ ଏଲ୍) ରେଡଷ୍ଟାରର ୭ମ ରାଜ୍ୟ ସମ୍ମିଳନୀର ୨ୟ ଦିନରେ ବ୍ରହ୍ମପୁର ଗେଟ୍ ବଜାର ସ୍ଥିତ ଏନ୍ ଜି ଓ ହଲ୍ ପରିସରରେ ଉଦଘାଟିତ ହୋଇଯାଇଛି । କମ୍ରେଡ ଶର୍ମିଷ୍ଠା ହଲ୍ ଏବଂ କମ୍ରେଡ ଶିବରାମଙ୍କ ନାମରେ ଶିବରାମ ନଗର ଭାବେ ନାମିତ କରି ସମ୍ମିଳନୀ ଆରମ୍ଭ ହୋଇଥିଲା।

କମ୍ରେଡ କେ ଏନ ରାମଚନ୍ଦ୍ରନ ପତକା ଉତ୍ତୋଳନ କରି ଶହୀଦ ବେଦୀରେ ପୁଷ୍ପ ମାଲ୍ୟର୍ପଣ କରିଥିଲା । ଉଦଘାଟନୀ ସମାରୋହରେ ବହୁ ବୁଦ୍ଧିଜୀବୀ, କମ୍ୟୁନିଷ୍ଟ ଶକ୍ତି, ଫାସିବାଦୀ ବିରୋଧୀ ମଞ୍ଚ, ବିଭିନ୍ନ ଜନ ଆନ୍ଦୋଳନର ନେତୃତ୍ଵ, ଭାଇଚାରା ସଂଗଠନ, ଶ୍ରେଣୀ ଓ ଗଣ ସଂଗଠନର ନେତୃବୃନ୍ଦ ଯୋଗ ଦେଇଥିଲେ । ସି.ପି.ଆଇ(ଏମ୍ ଏଲ୍) ରେଡଷ୍ଟାରର ସର୍ବଭାରତୀୟ ସାଧାରଣ ସମ୍ପାଦକ କେ ଏନ୍ ରାମଚନ୍ଦ୍ରନ୍ ନବ୍ୟ ଫାସିବାଦୀ ବୁଲଡୋଜର ରାଜ ବିରୋଧରେ ଜନ ସଂଘର୍ଷକୁ ତେଜିୟାନ କରିବା ପାଇଁ ଆହ୍ବାନ କରିଛନ୍ତି।

ସାଲିସ ବିହୀନ କମ୍ୟୁନିଷ୍ଟ ଶକ୍ତି ଐକ୍ୟବଦ୍ଧ ହୋଇ ଜନ ବିକଳ୍ପ ପ୍ରତିଷ୍ଠା କରିବା କମ୍ୟୁନିଷ୍ଟ ମାନଙ୍କ ଗୁରୁଦାୟିତ୍ଵ। ଏଥିପାଇଁ ଆସନ୍ତା ୨୪ ସେପ୍ଟେମ୍ବର ରୁ ୨୯ ସେପ୍ଟେମ୍ବର ୨୦୨୨ ପର୍ଯ୍ୟନ୍ତ ଦ୍ବାଦଶ ମହା ଅଧିବେଶନରେ ଏକତା ପ୍ରତି ଆମର ଆଭିମୁଖ୍ୟ ଓ ଦାୟିତ୍ଵ ସମ୍ପର୍କରେ ସବିଶେଷ ଆଲୋଚନା ହେବ।

ଜନ ଅଧିକାର ମଞ୍ଚର ଯୁଗ୍ମ ସଂଯୋଜକ ତଥା ମିଥ୍ୟା ମୋକଦ୍ଦମା ବିରୋଧୀ ଅଭିଯାନର ନରେନ୍ଦ୍ର ମହାନ୍ତି, ଓ ପି ଡି ଆର ବିବେକ ରଞ୍ଜନ, ସି.ପି.ଆଇ (ଏମ୍ ଏଲ୍) ରେଡ୍ ଷ୍ଟାର ର ପଲିଟ ବ୍ୟୁରୋ ସଦସ୍ୟ ଅଲିକ ଚକ୍ରବର୍ତ୍ତୀ, କ୍ରାନ୍ତିକାରୀ କୃଷକ ସଭାର ରାଜ୍ୟ କମିଟି ସଦସ୍ୟ ରମେଶ ପ୍ରଧାନ,ବସ୍ତି ସୁରକ୍ଷା ମଞ୍ଚ ର ସଭାନେତ୍ରୀ ହେନା ବାରିକ, ଏ ଆଇ ଆର ଏସ୍ ଓ ପ୍ରିୟା ବିଶାଳୀ ଦାଶ, ଜାତିପ୍ରଥା ବିଲୋପ ଆନ୍ଦୋଳନ ର ଗଗନ ଚନ୍ଦ୍ର ମଲ୍ଲିକ, ପୁରୀ ର ଲଢ଼ୁଆ ନେତା କୃଷ୍ଣ ମୋହନ ପ୍ରଧାନ, ବସ୍ତି ଆନ୍ଦୋଳନର ଅନ୍ୟତମ ଲଢୁଆ ନେତା ନାରାୟଣ ଲେଙ୍କା, ସଂଗ୍ରାମୀ ଶ୍ରମିକ ୟୁନିଅନର ପି ଯୋଗେନ୍ଦ୍ର, ମୂରଲୀଧର ଭୂୟାଁ ସମ୍ମିଳନୀ ର ସଫଳତା କାମନା କରିଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com