Featuredଓଡ଼ିଶାରାଜନୀତି

ବାପୁଜୀ ନଗରରେ “ସହରାଞ୍ଚଳ ମୋ ସେବା କେନ୍ଦ୍ର”କୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, ସହରବାସୀ ପାଇବେ ଡିଜିଟାଲ ସେବା

ଭୁବନେଶ୍ୱର: ଭୁବନେଶ୍ବରରେ ଆଦର୍ଶ “ସହରାଞ୍ଚଳ ମୋ ସେବା କେନ୍ଦ୍ର” ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵାରା ଉଦଘାଟିତ ହୋଇଯାଇଛି। ଭୁବନେଶ୍ୱର ବାପୁଜୀ ନଗରରେ ସ୍ମାର୍ଟ ସିଟି ସହଯୋଗରେ ମୋ ସେବା କେନ୍ଦ୍ର ଆରମ୍ଭ କରାଯାଇଛି ।

ଏହି କେନ୍ଦ୍ରରେ ସହରାଞ୍ଚଳବାସୀଙ୍କୁ କୃଷକ ପଞ୍ଜୀକରଣ, ଶ୍ରମ ପଞ୍ଜିକରଣ, ମୃତ୍ୟୁ ଏବଂ ଜନ୍ମ ପ୍ରମାଣପତ୍ର, ଆଧାର କାର୍ଡ,ପ୍ୟାନ କାର୍ଡ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ, ଜୀବନ ପ୍ରମାଣ ଇତ୍ୟାଦି ଡିଜିଟାଲ୍ ସେବା ଯୋଗାଇ ଦିଆଯିବ ।

ବର୍ତ୍ତମାନସୁଦ୍ଧା ୬୨୦୦ ପଞ୍ଚାୟତରେ “ମୋ ସେବା କେନ୍ଦ୍ର” ପ୍ରତିଷ୍ଠା କରାଯାଇଅଛି । ମୋ ସେବା କେନ୍ଦ୍ର ମାଧ୍ୟମରେ ୪୦୦ରୁ ଉର୍ଦ୍ଧ ସେବା ସୁଲଭ ମୂଲ୍ୟରେ ନାଗରିକଙ୍କ ପାଇଁ ଉପଲବ୍ଧ କରାଯାଇଛି । ଏହି ମଡେଲ୍ “ସହରାଂଚଳ ମୋ ସେବା କେନ୍ଦ୍ର” ସହରାଞ୍ଚଳ ନାଗରିକଙ୍କ ଦୈନଦିନ ଡିଜିଟାଲ୍ ସେବାର ଅବଶ୍ୟକତାକୁ ପୂରଣ କରିବ । ଏହି ସେବାକେନ୍ଦ୍ରରେ ୪ଟି ସାଧାରଣ କାଉଣ୍ଟର ଏବଂ ୨ଟି ଆଧାର କାଉଣ୍ଟର ଉପଲବ୍ଧ କରାଯାଇଛି।

ଓଡ଼ିଶା ସରକାରଙ୍କ 5T କାର୍ଯ୍ୟକ୍ରମ, ସୂଚନା ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ଏବଂ ଓକାକର ମିଳିତ ଆନୁକୁଲ୍ୟରେ ସମସ୍ତ ଡିଜିଟାଲ୍ ସେବାଗୁଡିକ ନାଗରିକଙ୍କ ନିକଟରେ ପହଞ୍ଚେଇବାପାଇଁ ଏହା ଏକ ସ୍ଵତନ୍ତ୍ର ପ୍ରୟାସ ।

ଏହି ଅବସରରେ ମନ୍ତ୍ରୀ ତୁଷାରକାନ୍ତି ବେହେରା, ଭୁବନେଶ୍ବର ମେୟର, ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ, ସୂଚନା ଓ ପ୍ରଯୁକ୍ତି ବିଦ୍ୟା ବିଭାଗ, ପରିଚାଳନା ନିର୍ଦେଶକ ସ୍ମାର୍ଟ ସିଟି, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସ୍ମାର୍ଟ ସିଟି, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଓକାକ, ସାଧାରଣ ପରିଚାଳିକା ଓକାକ, ନିର୍ଦେଶକ ସହଜ ଏବଂ ସମସ୍ତ ୱାର୍ଡମେମ୍ବର ପ୍ରମୁଖ ଉପସ୍ଥିତ ଥିଲେ ।

 

Related Articles

Back to top button
WP Twitter Auto Publish Powered By : XYZScripts.com