ଜାତୀୟରାଜନୀତି

ଟ୍ରାକ୍‌କୁ ଫେରିବ କଂଗ୍ରେସ, ସୋନିଆଙ୍କୁ ଭେଟିଲେ ଜି୨୩ର ୫ ନେତା, ହଟିବ ଦୂରତା

ନୂଆଦିଲ୍ଲୀ :  କଂଗ୍ରେସର ଅସନ୍ତୁଷ୍ଟ ଗୋଷ୍ଠୀ ଜି-୨୩ଙ୍କୁ ମନାଇବା ପାଇଁ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀ ପ୍ରୟାସ ଆରମ୍ଭ କରିଦେଇଛନ୍ତି । ଏଥିପାଇଁ ଦଳର ଉଭୟ ନେତା ଆକ୍ଟିଭ୍ ହୋଇଯାଇଛନ୍ତି । ଗତ କିଛିଦିନ ଧରି ଚାଲିଥିବା ବିଚାର ବିମର୍ଶରେ କଂଗ୍ରେସର ଏହି ଗୋଷ୍ଠୀ ଥଣ୍ଡା ପଡୁଥିବା ନଜର ଆସିଛି । ସୂଚନାଯୋଗ୍ୟ, ଜି୨୩ ନେତା ଲଗାତର ଭାବେ କଂଗ୍ରେସ ନେତୃତ୍ୱ ପରିବର୍ଚ୍ଚନ ପାଇଁ ଦାବି କରୁଛନ୍ତି ।
ରିପୋର୍ଟ ଅନୁସାରେ, ଜି୨୩ର ଅନେକ ନେତା ମଙ୍ଗଳବାର କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ସାକ୍ଷାତ କରିବାକୁ ପହଁଚିଥିଲେ । ଆନନ୍ଦ ଶର୍ମା, ମନୀଷ ତିଓ୍ୱାରୀ, ବିବେକ ତନଖାଙ୍କ ସହ ଆଉ ଦୁଇ ନେତା ସୋନିଆଙ୍କୁ ଭେଟିବାକୁ ୧୦ ଜନପଥ ଯାଇଛନ୍ତି ।
ଏହାପୂର୍ବରୁ ଦଳର ବରିଷ୍ଠ ନେତା ଗୁଲାମ ନବୀ ଆଜାଦ ସୋନିଆଙ୍କୁ ଭେଟିଥିଲେ । ଏହି ସବୁ ନେତା ଜି୨୩ରେ ସାମିଲ ଅଛନ୍ତି । ତେବେ ଆଜାଦ ଓ ସୋନିଆଙ୍କ ବୈଠକ ପୂର୍ବରୁ ଆଜାଦ ଜି୨୩ ନେତାଙ୍କ ସହ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଥିଲେ ।
ସୂଚନାଯୋଗ୍ୟ, ଜି୨୩ରେ ସନ୍ଦିପ ଦୀକ୍ଷିତ, ଶଶି ଥରୁର, ଭୁପିନ୍ଦର ହୁଡ୍ଡା, ଆନନ୍ଦ ଶର୍ମା, କପିଲ ସିବଲ, ମନୀଷ ତିଓ୍ୱାରୀ, ଅଖିଳେଶ ପ୍ରସାଦ, ପିଜେ କୁରିୟନ, ରାଜ ବ୍ବର ଓ ପୃଥ୍ୱୀରାଜ ଚୌହାଣ ଆଦି ସାମିଲ ଅଛନ୍ତି । ସମସ୍ତେ ଦଳର କାମ କରିବା ଢାଞ୍ଚା ପରିବର୍ତ୍ତନ ହେବା ନେଇ ଚାହୁଁଛନ୍ତି । ଏହାସହ ସେମାନେ କଂଗ୍ରେସ ନେତୃତ୍ୱ ପରିବର୍ତ୍ତନ ନେଇ ବାରମ୍ବାର ଦାବି କରି ଆସୁଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com