ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(WHO)ର ଏୟର ଷ୍ଟାଣ୍ଡାର୍ଡସ ଅନୁସାରେ ବିଶ୍ୱର ସବୁଠାରୁ ବେଶୀ ପ୍ରଦୂଷିତ ଦେଶ ପାଲଟିଛି ବାଂଲାଦେଶ । ଚାଡ୍ ଏହି ତାଲିକାର ଦ୍ୱିତୀୟ ସ୍ଥାନରେ ରହିତିବା ବେଳେ ଚୀନ ୨୨ ନମ୍ବରରେ ଥିବା ଜଣାଯାଇଛି । ବିଶ୍ୱର ସବୁଠୁ ବେଶୀ ପ୍ରଦୂଷିତ ସହର ମଧ୍ୟରୁ ଦକ୍ଷିଣ ଏସିଆରୁ ରହିଛନ୍ତି ୧୫ ଟି ଦେଶ । ଏହାଠାରୁ ବି ଆଶ୍ଚର୍ଯ୍ୟକର ଘଟଣା ହେଉଛି ଏଥିରେ ୧୦ ଟି ଭାରତୀୟ ସହର ରହିଛି ।
WHO ର ରିପୋର୍ଟ ଅନୁଯାୟୀ, ବାଂଲାଦେଶ ବିଶ୍ୱର ସବୁଠାରୁ ବେଶୀ ପ୍ରଦୂଷିତ ସହର ପାଲଟିଛି । ଯାନବାହନ, କାରଖାନା ଏବଂ ଇଟା ଭାଟିରୁ ନିର୍ଗତ ଧୂଆଁ ଦେଶରେ ହେଉଥିବା ପ୍ରଦୂଷଣର ଏକ ବୃହତ କାରଣ ହୋଇ ଠିଆ ହୋଇଛି । କେବଳ ସେତିକି ନୁହେଁ, ସହରରେ ଉଡୁଥିବା ଧୂଆଁ ମଧ୍ୟ ପ୍ରଦୂଷଣର ଏକ ବଡ କାରଣ । କୌଣସି ସହରର PM2.5ର ସ୍ତର ସର୍ବାଧିକ ୫ ମାଇକ୍ରୋଗ୍ରାମ/କ୍ୟୁବିକ ରହିବା ଆବଶ୍ୟକ । ସେପଟେ ଏହି ରିପୋର୍ଟକୁ ଲକ୍ଷ୍ୟ କରି ଦୁନିଆରେ ଶୁଦ୍ଧ ବାୟୁମଣ୍ଡଳ ପାଇଁ ଆହୁରି ଅଧିକ ପରିଶ୍ରମ କରିବାକୁ ପଡିବ ବୋଲି କହିଛନ୍ତି IQAirର ସିଇଓ ଫ୍ରାଙ୍କ ହମେନ୍ସ । ଅନ୍ୟ ପକ୍ଷରେ ଲଗାତାର ଦ୍ୱିତୀୟ ଥର ପାଇଁ ଦିଲ୍ଲୀ ଦୁନିଆର ସର୍ବାଧିକ ପ୍ରଦୂଷିତ ସହର ପାଲଟିଛି । ଭାରତର ରାଜଧାନୀ ପରେ ଦ୍ୱିତୀୟ ସ୍ଥାନରେ ରହିଛି ବାଂଲାଦେଶର ରାଜଧାନୀ ଢାକା । ଆଫ୍ରିକାରେ ଚାଡ୍ ର ରାଜଧାନୀ ନଜାମିନା ତୃତୀୟ ସ୍ଥାନରେ ରହିଥିବା ବେଳେ ତାଜିକିସ୍ତାନର ଦୁଶନବେ ଚତୁର୍ଥ ଏବଂ ଓମାନର ମସ୍କାଟ ପଞ୍ଚମ ସ୍ଥାନରେ ରହିଛି ।
Back to top button