ଜାତୀୟରାଜନୀତି

ଆଜିଠାରୁ ଉତ୍ତରପ୍ରଦେଶରେ ଯୋଗୀଙ୍କ ସେକେଣ୍ଡ ଇନିଂସ

ଲକ୍ଷ୍ନୌ() ଆଜିଠାରୁ ଉତ୍ତର ପ୍ରଦେଶରେ ଯୋଗୀ ସରକାରଙ୍କ ସେକେଣ୍ଡ ଇନିଂସ ଆରମ୍ଭ ହେବ।  ଦ୍ୱିତୀୟ ଥର ପାଇଁ ୟୁପିର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଯୋଗୀ ଆଦିତ୍ୟନାଥ । ଲକ୍ଷ୍ନୌର ଏକାନା କ୍ରିକେଟ ଷ୍ଟାଡ଼ିୟମରେ ଭବ୍ୟ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେଉଛି ।  ଏହି ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ସାମିଲ ହେବେ ବୋଲି ଜଣାପଡିଛି।

ଆଜି ଅପରାହ୍ନ ୪ଟାବେଳେ ଶପଥ ଗ୍ରହଣ ପାଇଁ ସମୟ ଧାର୍ଯ୍ୟ ହୋଇଛି । ଗତକାଲି ୟୁପି ବିଧାୟକ ଦଳର ବୈଠକରେ ଯୋଗୀ ଆଦିତ୍ୟନାଥଙ୍କୁ ସର୍ବସମ୍ମତିକ୍ରମେ ବିଧାୟକ ଦଳ ନେତା ଭାବେ ଚୟନ କରାଯାଇଥିଲା । ଏହାପରେ ରାଜ୍ୟପାଳଙ୍କୁ ଭେଟିଥିଲେ ଯୋଗୀ ଆଦିତ୍ୟନାଥ ।

Related Articles

Back to top button
WP Twitter Auto Publish Powered By : XYZScripts.com