Featured

ଅଜବ ଲୋକଙ୍କ ଗଜବ ନିଶା, ଗଧିଆ ଭଳି ଦେଖାଯିବା ପାଇଁ ଯୁବକ ଖର୍ଚ୍ଚ କରିଦେଲେ ୧୮ ଲକ୍ଷ ଟଙ୍କା

ଭୁବନେଶ୍ୱର: ଲୋକମାନେ ଦୁନିଆରେ ଏମିତି କିଛି କାମ କରିଥାନ୍ତି, ଯେଉଁଥିପାଇଁ ସେମାନେ ଚର୍ଚ୍ଚାରେ ରହିଥାନ୍ତି । ଜାପାନରେ ରହୁଥିବା ଜଣେ ଯୁବକ ଏପରି କିଛି କାର୍ଯ୍ୟ କରିଛନ୍ତି। ଯୁବକ ଜଣକ ଅଜବ ଦେଖାଯିବା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି।

NDTV ର ରିପୋର୍ଟ ଅନୁଯାୟୀ, ଯୁବକ ଜଣକ ନିଜକୁ ଜେପେଟ ନାମକ ଏକ କମ୍ପାନୀର ଗଧିଆ ଭଳି ଦେଖାଯିବା ପାଇଁ ୧୮.୫ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ । ନାମ ଗୋପନ ରଖିବାକୁ ଅନୁରୋଧ କରିଥିବା ଯୁବକ ଜଣକ କହିଛନ୍ତି, ଯେ “ମୁଁ ପିଲାଦିନରୁ ପଶୁମାନଙ୍କୁ ଭଲ ପାଉଥିଲି। ମୁଁ ଟିଭିରେ ଦେଖାଯାଉଥିବା ପଶୁମାନଙ୍କ ପରି ଦେଖାଯିବାକୁ ଚେଷ୍ଟା କରୁଥିଲି। ସେଥିପାଇଁ ମୁଁ ବହୁ ପୂର୍ବରୁ ଭାବିଥିଲି ଯେ ମୁଁ କେମିତି ପଶୁ ହେଇପାରିବି ।

ଯୁବକ ଜଣକ ତାଙ୍କ ଫିଟିଂ ଏବଂ ମାପ ପାଇଁ ଅନେକ ଥର ଷ୍ଟୁଡିଓକୁ ଆସିଥିଲେ । କମ୍ପାନୀ କହିଛି ଯେ ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଏଭଳି ପୋଷାକ କରିବାକୁ ପଡିଥିଲା । ଗଧିଆ ପୋଷାକ ପ୍ରସ୍ତୁତ କରିବାକୁ ସେମାଙ୍କୁ ପ୍ରାୟ ୫୦ ଦିନ ସମୟ ଲାଗିଥିଲା। ଏଥି ସହିତ, ଗଧିଆର ପୋଷାକ ପିନ୍ଧିବା ପରେ ଯୁବକ ଜଣକ କମ୍ପାନୀର କାର୍ଯ୍ୟରେ ଅତ୍ୟନ୍ତ ପ୍ରଭାବିତ ହୋଇଥିଲେ ।

ଯୁବକ ଜଣକ କହିଛନ୍ତି, ‘ଶେଷ ଫିଟିଂ ଏପର୍ଯ୍ୟନ୍ତ ହୋଇନାହିଁ। କିନ୍ତୁ ମୁଁ ନିଜକୁ ଦର୍ପଣରେ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲି । ସେହି ମୁହୂର୍ତ୍ତରେ ମୁଁ ଭାବିଥିଲି ଯେ ମୋର ଦୀର୍ଘଦିନର ସ୍ୱପ୍ନ ସାକାର ହୋଇଛି ।

କମ୍ପାନୀ କହିଛି ଯେ ଏହା ପ୍ରଥମ ଥର ନୁହେଁ ଯେ ଆମେ ଏକ ପଶୁ ପୋଷାକ ଡିଜାଇନ୍ କରିଛୁ। ଏହା ପୂର୍ବରୁ ଟୋକୋ ନାମକ ଜଣେ ବ୍ୟକ୍ତି ନିଜକୁ କୁକୁରର ରୂପ ଦେଇଥିଲେ। ସେ ଏକ ପ୍ରକାର ପୋଷାକ ପାଇଁ ୧୨ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ।

 

Related Articles

Back to top button
WP Twitter Auto Publish Powered By : XYZScripts.com