ଓଡ଼ିଶା
ମାଲ୍ବାହୀ ପୋତ ଟଳମଳ ହେବାରୁ ଗଙ୍ଗାନଦୀରେ ବୁଡ଼ିଗଲା ୫ଟି ଟ୍ରକ୍: ୧୦ ବ୍ୟକ୍ତି ନିଖୋଜ
![](https://i0.wp.com/odia.mobilenews24x7.com/wp-content/uploads/2022/03/cargo-vessel.jpg?resize=648%2C422&ssl=1)
କଟିହାର: ମାତ୍ରାଧିକ ପଥର ଚିପ୍ସ୍ ବୋଝେଇ ହୋଇଥିବା କେତୋଟି ଟ୍ରକ୍କୁ ପାରି କରାଉଥିବା ଗୋଟାଏ ମାଲବାହୀ ପୋତ ଗୁରୁବାର ବିଳମ୍ବିତ ରାତିରେ ଝାଡ଼ଖଣ୍ଡର ସାହିବଗଞ୍ଜରେ ଥିବା ସମଦା ଘାଟ ଏବଂ ବିହାରର ମଣିହାରୀ କଟିହାର ମଧ୍ୟରେ ଗଙ୍ଗାନଦୀ ମଝିରେ ଭାରସାମ୍ୟ ହରାଇବାରୁ ଅନ୍ୟୂନ ୧୦ଜଣ ବ୍ୟକ୍ତି ବୁଡ଼ିଯାଇ ନିଖୋଜ ହୋଇଥିବା ଆଶଙ୍କା କରାଯାଉଛି।
ସାହିବଗଞ୍ଜ ଡେପୁଟି କମିସନର୍ ରାମ ନିବାସ ଯାଦବ କହିଛନ୍ତି, ମାଲବାହୀ ପୋତଟି ଟଳମଳ ହେବାରୁ ମାତ୍ରାଧିକ ବୋଝେଇ ହୋଇଥିବା ୪/୫ଟି ଟ୍ରକ୍ ନଈ ଭିତରକୁ ଖସିପଡ଼ିଛନ୍ତି। ଦେଓଘରରୁ ‘ନ୍ୟାସ୍ନାଲ୍ ଡିଜାଷ୍ଟର୍ ରେସ୍ପନ୍ସ୍ ଫୋର୍ସ’ ଅଣାଯାଇ ଉଦ୍ଧାର କାର୍ଯ୍ୟରେ ମୁତୟନ କରାଯାଇଛି। ଆମେ ନିଖୋଜ ବ୍ୟକ୍ତିଙ୍କ ସବିଶେଷ ବିବରଣୀ ସଂଗ୍ରହ କରୁଛୁ। ଏହି ଘଟଣାର ତଦନ୍ତ କରାଯିବ।
![](https://i0.wp.com/sambad.in/wp-content/uploads/2022/03/cargo-vesselT.jpg?resize=500%2C320)