ଓଡ଼ିଶା

ମାଡ଼ି ଆସୁଛି ଏକ ଲଘୁଚାପ, IMD ପକ୍ଷରୁ ଜାରି ହେଲା ଗୁରୁତ୍ୱପୂର୍ଣ୍ଣ ସୂଚନା

ଭୁବନେଶ୍ୱର : ମାଡ଼ି ଆସୁଛି ଏକ ଭୟଙ୍କର ଲଘୁଚାପ । ଆସନ୍ତା ୬ ତାରିଖ ବେଳକୁ ଏହା ଘୂର୍ଣ୍ଣିବଳୟରେ ପରିଣତ ହେବାର ସମ୍ଭାବନା ରହିଛି । ଦକ୍ଷିଣ ଆଣ୍ଡାମାନ ସାଗର ଓ ତା’ର ଆଖପାଖ ଅଞ୍ଚଳରେ ଏହି ଘୂର୍ଣ୍ଣିବଳୟର ସୂତ୍ରପାତ ହେବ ବୋଲି ଅନୁମାନ କରାଯାଉଛି । ପରବର୍ତ୍ତୀ ୨୪ ଘଣ୍ଟାରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ବଙ୍ଗୋପସାଗରର ଜଳୀୟ ବାଷ୍ପ ପୂର୍ଣ୍ଣ ଥଣ୍ଡା ବାୟୁ ପ୍ରଭାବରେ ଆଜି ରାଜ୍ୟର ଅନେକ ସ୍ଥାନ ମେଘାଚ୍ଛନ୍ନ ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ କୁହାଯାଇଛି ।

ଅନ୍ୟପକ୍ଷରେ ଗତ କିଛିଦିନ ଧରି ପଶ୍ଚିମ ଓଡ଼ିଶାର ଅଧିକାଂଶ ସହରର ତାପମାତ୍ରା ୪୦ ଡିଗ୍ରୀ ଟପିଛି । ଝାରସୁଗୁଡ଼ା, ସୁନ୍ଦରଗଡ଼, ବଲାଙ୍ଗୀର, ବୌଦ୍ଧ, ସୋନପୁର ଓ ଟିଟିଲାଗଡ଼ର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଛି । ସୂଚନାଯୋଗ୍ୟ ଯେ, ଗତ ମାସ ୧୫ ତାରିଖରେ ମଧ୍ୟ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବା ନେଇ ଆଇଏମଡି ଡିଜି ପୂର୍ବାନୁମାନ କରିଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com