କ୍ରୀଡ଼ା

ଆଜିଠାରୁ ଆରମ୍ଭ ହେବ ଆଇପିଏଲ : ମୁହାଁମୁହିଁ ହେବେ ଚେନ୍ନାଇ ଓ କୋଲକାତା

ନୂଆଦିଲ୍ଲୀ : କିକ୍ରେଟ୍ ମହାକୁମ୍ଭ ଆଇପିଏଲ ପଞ୍ଚଦଶ ସଂସ୍କରଣକୁ ନେଇ ସୃଷ୍ଟି ହୋଇଛି ଉତ୍ସାହ ଓ ଉନ୍ମାଦ । ମୁମ୍ବାଇର ଓ୍ୱାଙ୍ଖେଡ ଷ୍ଟାଡିୟମରେ ପ୍ରଥମ ଦିନ ମ୍ୟାଚରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ଗତଥରର ବିଜେତା ଚେନ୍ନାଇ ସୁପର କିଙ୍ଗ୍ସ ଓ ଉପ-ବିଜେତା କୋଲକାତା ନାଇଡ ରାଇଡର୍ସ । ମୁମ୍ବାଇ ଓ ପୁଣେରେ ଖେଳାଯିବାକୁ ଥିବା ଆଇପିଏଲ ମ୍ୟାଚ ଗୁଡିକରେ ଏଥରର ଟିମ୍ ସଂଖ୍ୟା ୮ରୁ ୧୦କୁ ବୃଦ୍ଧି କରାଯାଇଛି । ଗୁଜରାଟ ଟାଇଟାନ୍ସ ଓ ଲକ୍ଷ୍ନୌ ସୁପର ଜିଆଂଟସ୍ ହେଉଛନ୍ତି  ନୂଆ ଟିମ୍ । ୨୦୨୦ ସଂସ୍କରଣର ସଂପୂର୍ଣ୍ଣ ସିଜନରେ ୟୁଏଇରେ ଖେଳାଯାଇଥିଲା । ଯଦିଓ ୨୦୨୧ ଆଇପିଏଲ ସିଜିନ୍ ଘରୋଇ ମାଟିରେ ଆରମ୍ଭ ହୋଇଥିଲା କିନ୍ତୁ କରୋନା ମହାମାରୀ ପାଇଁ ସିଜିନର ଅବଶିଷ୍ଟ ମ୍ୟାଚ୍‌ ପୁଣି ୟୁଏଇରେ ଖେଳାଯାଇଥିଲା । କିନ୍ତୁ ୨୦୨୨ ଆଇପିଏଲର ପଞ୍ଚଦଶ ସଂସ୍କରଣ ସଂପୂର୍ଣ୍ଣ ଭାବେ ଘରୋଇ ଭେନ୍ୟୁରେ ଆୟୋଜିତ ହେଉଛି । ସେଥିପାଇଁ ମୁମ୍ବାଇ ଓ ପୁଣେରେ ୪ଟି ଭେନ୍ୟୁ ଚୟନ କରାଯାଇଛି ।
ଚଳିତ ଆଇପିଏଲରେ ନୂଆ ଫର୍ମାଟରେ ଖେଳାଯିବ ୭୪ଟି ମ୍ୟାଚ୍ । ୧୦ଟି ଟିମକୁ ଦୁଇଟି ଗ୍ରୁପରେ ବିଭକ୍ତ କରାଯାଇଛି । ଗ୍ରୁପ ପର୍ଯ୍ୟାୟରେ ପ୍ରତି ଟିମ୍ ଖେଳିବେ ୧୪ଟି ମ୍ୟାଚ୍ । ଗୋଟିଏ ଗ୍ରୁପର ପ୍ରତି ଦଳ ସେହି ଗୃପର ଅନ୍ୟ ଦଳ ବିରୋଧରେ ହୋମ୍ ଓ ଆଓ୍ୱେ ଭିତ୍ତିରେ ଦୁଇଟି ଲେଖାଏଁ ମ୍ୟାଚ ଖେଳିବେ । ଆଉ ଅନ୍ୟ ଗ୍ରୁପର ୪ଟି ଦଳ ବିରୋଧରେ ଗୋଟିଏ ଲେଖାଏ ମ୍ୟାଚ ଖେଳିବେ  । ବାକି ଗୋଟିଏ ଟିମ୍ ବିରୋଧରେ ଦୁଇଟି ମ୍ୟାଚ୍ ଖେଳିବେ  । ଗ୍ରୁପ ଏ’ରେ ରହିଥିବା ଟିମ୍ ଗୁଡିକ ହେଲେ ମୁମ୍ବାଇ ଇଣ୍ଡିଆନସ, କୋଲକାତା ନାଇଟ ରାଇଡର୍ସ, ରାଜସ୍ଥାନ ରୟାଲସ୍, ଦିଲ୍ଲୀ କ୍ୟାପିଟାଲସ୍, ଓ ଲକ୍ଷ୍ନୌ ସୁପର ଜିଆଂଟସ୍  । ସେହିପରି ଗ୍ରୁପ ବି’ରେ ଚେନ୍ନାଇ ସୁପରକିଙ୍ଗସ, ସନରାଇଜର୍ସ ହାଇଦ୍ରାବାଦ, ରୟାଲ ଚାଲେଞ୍ଜର୍ସ ବେଙ୍ଗଳୁରୁ, ପଂଜାବ କିଙ୍ଗସ, ଗୁଜରାଟ ଟାଇଟାନ୍ସ ।

Related Articles

Back to top button
WP Twitter Auto Publish Powered By : XYZScripts.com