ଓଡ଼ିଶା

ଭଦ୍ରକ ପୌରାଞ୍ଚଳରେ ୧୪୪ ଧାରା ଜାରି, ୨୭ ତାରିଖ ସକାଳ ୬ ଯାଏଁ ରହିବ କଟକଣା

ଭଦ୍ରକ() ଭୋଟ ଗଣତି ପୂର୍ବରୁ ଭଦ୍ରକ ପୌରାଞ୍ଚଳରେ ଲାଗିଲା ୧୪୪ ଧାରା । ଶୁକ୍ରବାର ମଧ୍ୟରାତ୍ରିରୁ ୨୭ ତାରିଖ ସକାଳ ୬ ଘଟିକା ପର୍ଯ୍ୟନ୍ତ ସମଗ୍ର ଭଦ୍ରକ ପୌରାଞ୍ଚଳରେ ୧୪୪ ଧାରା ଜାରି ରହିବ । ଆଇନ ଶୃଙ୍ଖଳା ଦୃଷ୍ଟିରୁ ପ୍ରଶାସନ ପକ୍ଷରୁ ଏଭଳି କଟକଣା ଲଗାଯାଇଥିବା ସୂଚନା ଦେଇଛି ।

ସେହିପରି ବିଜୟ ଶୋଭାଯାତ୍ର ଉପରେ ମଧ୍ୟ କଟକଣା ଲାଗିଛି । ୫ ଜଣ ଲୋକ ଏକାଠି କୌଣସି ସ୍ଥାନରେ ଠିଅ ହୋଇପାରିବେନାହିଁ । ୨୬ ତାରିଖ ସକାଳ ୬ ରୁ ୨୭ ତାରିଖ ସକାଳ ୬ ପର୍ଯ୍ୟନ୍ତ ସହର ମଧ୍ୟକୁ ଚାରି ଚକିଆ ଗାଡ଼ି ଆସିପାରିବନାହଁ । ଉଭୟ ଘରୋଇ ଓ କମର୍ସିଆଲ ଗାଡ଼ି ଉପରେ କଟକଣା ଜାରି ରହିଛି । ଜରୁରୀ ସେବାରେ ନିୟୋଜିତ ଥିବା ଗାଡ଼ି ଯାତାୟାତ କରିବ ।

Related Articles

Back to top button
WP Twitter Auto Publish Powered By : XYZScripts.com