ଓଡ଼ିଶା

ପରିସ୍ରା କରିବାକୁ ନେଇ ତୁମୂଳକାଣ୍ଡ, ଭାଇବୋହୂକୁ ମାଡ ମାରି କଲେ ଲହୁଲୁହାଣ

ଉଦଳାସାମାନ୍ୟ ପରିସ୍ରା କରିବାକୁ ନେଇ ତୁମୁଳକାଣ୍ଡ । ଭାଇବୋହୂକୁ ଅତି ନିର୍ଦ୍ଦୟ ଭାବେ ମାଡ ମାରି କଲେ ଲହୁଲୁହାଣ । ଏଭଳି ଘଟଣା ଘଟିଛି କପ୍ତିପଦା ଥାନା ଅଂଚଳରେ ।

ସୂଚନାଯୋଗ୍ୟ ଯେ, ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅଂଚଳର ପ୍ରମୋଦ ଚନ୍ଦ୍ର ଦାସଙ୍କ ନାବାଳକ ପୁଅ ନିଜ ଘର ବାହାରେ ପରିସ୍ରା କରୁଥିଲେ । ଏହାକୁ ନେଇ ପ୍ରମୋଦଙ୍କ ଦୁଇ ଭାଇ କାର୍ତ୍ତିକ ଚନ୍ଦ୍ର ଦାସ, ରନ କୁମାର ଦାସ ଉଭୟ ପ୍ରମୋଦଙ୍କ ସହିତ ଝଗଡା କରିଥିଲେ । ଝଗଡା ଏତେ ଉଗ୍ରରୂପ ନେଲା ଯେ ଉଭୟ କାର୍ତ୍ତିକ ଏବଂ ରନ ମାରଣାସ୍ତ୍ରରେ ପ୍ରମୋଦ ଓ ତାଙ୍କ ସ୍ତ୍ରୀ, ପୁଅକୁ ମରଣାନ୍ତକ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ଗୁରୁତର ହୋଇଥିଲେ ପ୍ରମୋଦଙ୍କ ସ୍ତ୍ରୀ । ପ୍ରଥମେ ତାଙ୍କୁ ପରିବାର ଲୋକେ କପ୍ତିପଦା ଡାକ୍ତରଖାନା ଏବଂ ପରେ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରି ଚିକିତ୍ସା କରିଥିବା ବେଳେ ଏ ନେଇ ସ୍ଥାନୀୟ ଥାନାରେ ଅଭିଯୋଗ କରିଥିଲେ ।  ହେଲେ ଘଟଣାର ତିନି ଦିନ ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ ହେବାରୁ ଶେଷରେ ପ୍ରମୋଦ ଉପଖଣ୍ଡ ପୋଲିସ ଅଧିକାରୀଙ୍କ ନିକଟରେ ଏ ନେଇ ଅଭିଯୋଗ କରିଛି । ସାମାନ୍ୟ ଛୋଟ ପିଲାଟିଏ ପରିସ୍ରା କରିବାକୁ ନେଇ ହୋଇଥିବା ଏଭଳି ଘଟଣା ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com