ଓଡ଼ିଶା

ପୋଖରୀରେ ବୁଡି ଅଷ୍ଟମ ଶ୍ରେଣୀ ଛାତ୍ରର ମୃତ୍ୟୁ, ମୃତଦେହ ଜବତ କରି ତଦନ୍ତ କରୁଛି ପୋଲିସ୍‌

ଖଲ୍ଲିକୋଟ: ପୋଖରୀରେ ବୁଡି ଅଷ୍ଟମ ଶ୍ରେଣୀ ଛାତ୍ରର ମୃତ୍ୟୁ | ମୃତ ଛାତ୍ର ଜଣକ ଛତ୍ରପୁର ଥାନା ଅଧୀନ ବିପୁଲିଙ୍ଗି ଗ୍ରାମର ରୋଷନ ମହାରଣା (୧୪) ବୋଲି ଜଣାପଡ଼ିଛି | ରୋଷନ ସ୍କୁଲରୁ ଫେରିବା ପରେ ଗ୍ରାମ ନିକଟରେ ଥିବା ପୋଖରୀକୁ ଗାଧେଇଵାକୁ ଯାଇଥିଲେ | ଗୋଡ ଖସିଯିବାରୁ ପୋଖରୀରେ ବୁଡି ଯାଇଥିଲେ | ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଛତ୍ରପୁର ମେଡିକାଲକୁ ଆଣିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ | ଘଟଣାର ଖବର ପାଇ ଛତ୍ରପୁର ପୋଲିସ ମେଡିକାଲରେ ପହଂଚି ଶବକୁ ଜବତ କରି ତଦନ୍ତ କରୁଥିବା ଜଣାପଡ଼ିଛି  |

Related Articles

Back to top button
WP Twitter Auto Publish Powered By : XYZScripts.com