ଓଡ଼ିଶା

ପଞ୍ଚାୟତ ନିର୍ବାଚନ ଫଳାଫଳ ପରେ ପ୍ରତିକ୍ରିୟା ରଖିଲେ ପୁରୀ ବିଧାୟକ, କହିଲେ ପୂର୍ବ ଅପେକ୍ଷା ଭଲ ହୋଇଛି ଲଢେଇ

ପୁରୀ : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଭୋଟ ଗଣତି ସରିବା ପରେ ଫଳାଫଳ ନେଇ ମୁହଁ ଖୋଲିଛନ୍ତି ପୁରୀ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ । ପୂର୍ବ ଅପେକ୍ଷା ଏଥର ନିର୍ବାଚନରେ ଭଲ ଲଢେଇ ହୋଇଛି ବୋଲି କହିଛନ୍ତି ଜୟନ୍ତ ।
ପୁରୀ ସଦରରେ ତିନୋଟି ଜିଲ୍ଲା ପରିଷଦ ଜୋନ୍ ଥିବା ବେଳେ ସବୁ ପୋଛି ନେଇଛି ବିଜେଡି । ତେବେ ଶାସକ ଦଳ ପ୍ରତି ପଞ୍ଚାୟତରେ ପ୍ରଚୁର ମାତ୍ରାରେ ଟଙ୍କା ବାଣ୍ଟିଥିବାରୁ ବିଜେପି ପକ୍ଷେ ଏହା ସମ୍ଭବ ହୋଇନଥିଲା ବୋଲି କହିଛନ୍ତି ଜୟନ୍ତ । ଗୋଟେ ଗୋଟେ ପଞ୍ଚାୟତରେ ଶାସକ ଦଳ ବିଭିନ୍ନ ମହିଳା ଗ୍ରୁପ ମାନଙ୍କୁ ୫୦ଲକ୍ଷ ଟଙ୍କା ବାଣ୍ଟିଥିବା ମଧ୍ୟ‌ ବିଜେପି ବିଧାୟକ ଅଭିଯୋଗ କରିଛନ୍ତି ।
ଅନ୍ୟପଟେ ପଞ୍ଚାୟତ ସମିତି ଗଠନ କରିବା ନେଇ କୈାଣସି ଦଳର ସଂଖ୍ୟା ଗରିଷ୍ଠତା ନଥିବା ବେଳେ ଆଗକୁ କିଏ ସମିତି ଗଠନ କରିବ ତାହା ସମୟ କହିବ ବୋଲି କହିଛନ୍ତି ଜୟନ୍ତ । ଏପଟେ ପୁରୀରେ ପୈାର ନିର୍ବାଚନ ବନ୍ଦ ନେଇ ହାଇକୋର୍ଟରେ ମାମଲା ଥିଲେ ମଧ୍ୟ ଭୋଟ ବନ୍ଦ କରିବା ଶାସକ ଦଳର ଏକ ଚକ୍ରାନ୍ତ ବୋଲି ଜୟନ୍ତ ଅଭିଯୋଗ କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com