ଅନ୍ତର୍ଜାତୀୟ

ଋଷ-ୟୁକ୍ରେନ ଯୁଦ୍ଧରେ ପ୍ରାଣ ହରାଇଛନ୍ତି ୧୨ ସାମ୍ବାଦିକ, ୧୦ ଜଣ ମୃତ୍ୟୁ ସହ କରୁଛନ୍ତି ସଙ୍ଘର୍ଷ

କିଏଭ୍‌ : ୟୁକ୍ରେନ ଉପରେ ରୁଷର ଆକ୍ରମଣ ପରଠାରୁ ଅର୍ଥାତ ଫେବ୍ରୁଆରୀ ୨୪ରୁ ଏପର୍ଯ୍ୟନ୍ତ ସେଠାରେ ମୋଟ ୧୨ ଜଣ ସାମ୍ବାଦିକ ପ୍ରାଣ ହରାଇଛନ୍ତି । ଏଥିସହ ଅନ୍ୟ ୧୦ ଜଣ ସାମ୍ବାଦିକ ଗୁରୁତର ହୋଇଛନ୍ତି । ଯୁଦ୍ଧ ବେଳେ ସେମାନେ ଖବର ସଂଗ୍ରହ କରୁଥିବା ସମୟରେ ରୁଷ ଆକ୍ରମଣର ଶିକାର ହୋଇଛନ୍ତି । ଏହି ସୂଚନା ଦେଇଛନ୍ତି ୟୁକ୍ରେନର ପ୍ରସିକ୍ୟୁଟର ଜେନେରାଲ ଇରିଲା ଭେନେଟିକ୍‌ଟୋଭା ।
ସେ କହିଛନ୍ତି ସାମ୍ବାଦିକଙ୍କ ପ୍ରତି ହେଉଥିବା ଅପରାଧ ଉପରେ ତାଙ୍କ କାର୍ଯ୍ୟାଳୟ ତୀକ୍ଷ୍ଣ ନଜର ରଖିଛି । ୟୁନିଫାଏଡ ରେଜିଷ୍ଟର ଅଫ୍‌ ପ୍ରି-ଟ୍ରାଏଲ ଇନ୍‌ଭେଷ୍ଟିଗେସନ ଅନୁସାରେ ରୁଷ ଏପର୍ଯ୍ୟନ୍ତ ୫୬ ଜଣ ଗଣମାଧ୍ୟମ କର୍ମଚାରୀଙ୍କ ବିରୋଧରେ ଅପରାଧ ଘଟାଇଛି । ସେମାନଙ୍କ ମଧ୍ୟରୁ ୧୫ ଜଣ ବିଦେଶୀ ଗଣମାଧ୍ୟମ କର୍ମଚାରୀ । ଏହି ୧୫ ଜଣଙ୍କ ମଧ୍ୟରେ ଅଛନ୍ତି ବ୍ରିଟେନର ୪, ଡେନମାର୍କ, ଚେକ୍‌ ଗଣରାଜ୍ୟ, ଆମେରିକା ଓ ୟୁଏଇର ୨ ଜଣ ଲେଖାଏ ଏବଂ ସୁଇଜରଲାଣ୍ଡର ଜଣେ । ରୁଷର ଏଭଳି ଅପରାଧ ବିରୋଧରେ ତାଙ୍କ ଦେଶ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି ।
ଗତ ଶୁକ୍ରବାର ଧ୍ୱସ୍ତ ବିଧ୍ୱସ୍ତ ଚର୍ନିହିବ ସହରରେ ଲୋକଙ୍କୁ ଉଦ୍ଧାର କରାଯିବା ସମୟରେ ଭିଡିଓ ସୁଟିଂ କରୁଥିବା ବେଳେ ୟୁକ୍ରେନର ୧୍ମ୧ ଏବଂ ତୁର୍କୀର ଟିଆରଟି ୱାର୍ଲଡ ଟିଭି ଚ୍ୟାନେଲର କର୍ମଚାରୀ ଓ ସେମାନଙ୍କ କାର୍‌ ରୁଷର ବୋମାମାଡ଼ର ସମ୍ମୁଖୀନ ହୋଇଥିଲା । କିନ୍ତୁ ସୌଭାଗ୍ୟକୁ ସେମାନଙ୍କର କୌଣସି ବଡ କ୍ଷତି ଘଟିନଥିଲା । ଉକ୍ତ ଟିମ୍‌ରେ ସାମିଲ ଥିବା ସାମ୍ବାଦିକ ଆନ୍ଦ୍ରେ ସାପିଲେଙ୍କେ ସାମାନ୍ୟ ଆହତ ହୋଇଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com