ଅନ୍ତର୍ଜାତୀୟ

ଇମ୍ରାନ ଖାନ ଏବେ ଦଳର ଅଧ୍ୟକ୍ଷ ପଦରୁ ହଟିଛନ୍ତି

ପାକିସ୍ତାନରେ ସାଧାରଣ ନିର୍ବାଚନ ପୂର୍ବରୁ ବଡ ରାଜନୈତିକ ଅଦଳବଦଳ ଦେଖିବାକୁ ମିଳିଛି । ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପିଟିଆଇ ରାଜନୈତିକ ଦଳର ଅଧ୍ୟକ୍ଷ ଇମ୍ରାନ ଖାନ ଏବେ ଦଳର ଅଧ୍ୟକ୍ଷ ପଦରୁ ହଟିଛନ୍ତି । ତାଙ୍କ ସ୍ଥାନରେ ବାରିଷ୍ଟର ଗୋହର ଅଲ୍ଲୀ ଖାନ ପିଟିଆଇର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି ।

ଗଣମାଧ୍ୟମ ରିପୋର୍ଟ ମୁତାବକ ବାରିଷ୍ଟର ଗୋହର ଖାନଙ୍କ ନାମ ଇମ୍ରାନ ଖାନ୍ ସୁପାରିଶ କରିଥିଲେ । ପାର୍ଟିର ଅଧ୍ୟକ୍ଷ ହେବା ପରେ ଗୋହର ଖାନ କହିଛନ୍ତି କି, ସେ ଇମ୍ରାନ ଖାନଙ୍କ ପ୍ରତିନିଧୀ ଭାବେ ଏହି ପଦରେ ଅବସ୍ଥାପିତ ହୋଇଛନ୍ତି ଓ ଦଳର ସମସ୍ତ ଦାୟିତ୍ୱ ନିର୍ବାହ କରିବେ । ଏହାସହ ଓମର ଆୟୁବ ଖାନଙ୍କୁ ପାର୍ଟିର ମହାସଚିବ ଭାବେ ନିର୍ବାଚିତ କରାଯାଇଛି । ସେହିଭଳି ବେଲୁଚିସ୍ତାନରେ ପିଟିଆଇର ଅଧ୍ୟକ୍ଷ ଦାୟିତ୍ୱ ମୁନିର ଅହମ୍ମଦଙ୍କୁ ମିଳିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com