କ୍ରୀଡ଼ା

ଷ୍ଟାର୍ କ୍ରିକେଟର୍ ମହେନ୍ଦ୍ର ସିଂ ଧୋନୀଙ୍କ ବିରୋଧରେ ରହିଛି ବଡ଼ ଅଭିଯୋଗ, ଜାଣନ୍ତୁ…

ମୋବାଇଲ୍ ନ୍ୟୁଜ୍ ବ୍ୟୁରୋ: କହି ବୋଲି ପାରେ ଯିଏ ପଚା ଚିଙ୍ଗୁଡ଼ି ବିକେ ସିଏ । ସାଧାରଣତଃ କୌଣସି ଜିନିଷ କିମ୍ବା ସେବାର ପ୍ରଚାର ପ୍ରସାର କରିବା ହେଉ କିମ୍ବା ଅଧିକ ସେଲ୍ କରିବା ପାଇଁ ବିଜ୍ଞାପନ ବା ଆଡର୍ଭଟାଇଜ୍ମେଣ୍ଟ ବହୁ ଗୁରୁତ୍ୱପୂର୍ଣ୍ଣ । ଆଉ ବିଜ୍ଞାପନ ବି କୌଣସି ମାମୁଲି ଜିନିଷ ନୁହେଁ । ଏହା ଜରିଆରେ ଜନସାଧାରଣଙ୍କୁ ନିର୍ଦ୍ଦିଷ୍ଟ ଜିନିଷ ପ୍ରତି ଆକୃଷ୍ଟ କରାରାଯାଏ । ଏଥି ପାଇଁ ବିଭିନ୍ନ କମ୍ପାନୀ ବିଜ୍ଞାପନରେ ସେଲିବ୍ରେଟିଙ୍କୁ ରଖିବା ପାଇଁ ଅଧିକ ଗୁରୁତ୍ୱ ଦିଅନ୍ତି କାରଣ , ଏହା ଦ୍ୱାରା ଲୋକମାନେ ବେଶି ଆକୃଷ୍ଟ ହୋଇଥାନ୍ତି ।

ଆଉ କୌଣସି ବିଜ୍ଞାପନ କରିବା ପୂର୍ବରୁ ବିଭିନ୍ନ ଦିଗ ପ୍ରତି ଧ୍ୟାନ ଦେବାକୁ ପଡ଼ିଥାଏ । ବିଶେଷ ଭାବରେ ଗ୍ରାହକ ସୁରକ୍ଷା ନିୟମ ଅନୁଯାୟୀ କୌଣସି ବିଜ୍ଞାପନ କରିବା ପୂର୍ବରୁ ସେଲିବ୍ରେଟିମାନେ ଆଇନଗତ ଭାବେ ଅବଶ୍ୟକ ସମସ୍ତ ରିସର୍ଚ୍ଚ କରିବା ଆବଶ୍ୟକ । କିନ୍ତୁ ଆଶ୍ଚର୍ଯ୍ୟର କଥା ଯେ ଏହା ଉପରେ ପ୍ରାୟତଃ ବହୁ ବଡ଼ ବଡ଼ ସେଲିବ୍ରେଟିମାନେ ମଧ୍ୟ ଧ୍ୟାନ ଦେଇ ନଥାନ୍ତି । ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଦେଶର ବହୁ ବଡ଼ ବଡ଼ ସେଲିବ୍ରେଟି ଏହି ନିୟମ ଭାଙ୍ଗିଛନ୍ତି । ଏନେଇ ସରକାରଙ୍କ ସ୍ୱୟଂନିୟାମକ ସଂସ୍ଥା ଏଏସ୍ସିଆଇ ସୂଚନା ଦେଇଛି । ସଂସ୍ଥା ଏହି ସେଲିବ୍ରେଟି ମାନଙ୍କର ଏକ ତାଲିକା ମଧ୍ୟ ବାହାର କରିଛି । ଆଉ ଏହି ତାଲିକାର ଶୀର୍ଷରେ ବା ନମ୍ବର ୱାନ୍ରେ ଅଛନ୍ତି କ୍ରିକେଟର ମହେନ୍ଦ୍ର ସିଂ ଧୋନି । ତାଙ୍କ ବିରୋଧରେ ୧୦ଟି ଅଭିଯୋଗ ସହ ସେ ଶୀର୍ଷରେ ଅଛନ୍ତି । ଏହା ସମସ୍ତଙ୍କୁ ବିସ୍ମିତ କରିଛି । ଦ୍ୱିତୀୟରେ ୭ଟି ମାମଲା ସହ ଅଛନ୍ତି ହାସ୍ୟ ଅଭିନେତା ୟୁଟୁ୍ୟବର୍ ଭୁବନ ବାମ । ତେବେ ରିପୋର୍ଟ ଅନୁଯାୟୀ ବିଜ୍ଞାପନ କରିବା ପୂର୍ବରୁ ସେଲିବ୍ରେଟିମାନେଆଇନଗତ ଭାବେ ଅବଶ୍ୟକ ସମସ୍ତ ରିସର୍ଚ୍ଚ କରିବା ଆବଶ୍ୟକ । କିନ୍ତୁ ୯୭ ପ୍ରତିଶତ ସେଲିବ୍ରେଟି ଏସମ୍ପର୍କରେ କୌଣସି ପ୍ରମାଣ ଦେବାରେ ବିଫଳ ହୋଇଛନ୍ତି।

ରିପୋର୍ଟରେ କୁହାଯାଇଛି ଯେ ଖେଳ, ଶିକ୍ଷା, ସ୍ୱାସ୍ଥ୍ୟସେବା ଏବଂ ବ୍ୟକ୍ତିଗତ ଯତ୍ନ ଉତ୍ପାଦ ସମ୍ବନ୍ଧୀୟ ଆଡ଼ଭେଟାଇଜ୍ମେଣ୍ଟ ରେ ଅଧିକ ମାତ୍ରାରେ ଏହି ନିୟମ ଉଳ୍ଲଂଘନ ହୋଇଛି । ବିଜ୍ଞାପନ ଶିଳ୍ପର ଏହି ସଂଗଠନ ୨୦୨୨-୨୩ ବର୍ଷରେ ୮. ୯୫୧ ଅଭିଯୋଗ ଗ୍ରହଣ କରିଥିଲେ । ବିଶେଷ କଥା ହେଉଛି ପ୍ରାୟ ତିନି-ଚତୁର୍ଥାଂଶ ବିଜ୍ଞାପନ ଡିଜିଟାଲ ମିଡିଆରେ ପ୍ରକାଶ ପାଇଛି। ବର୍ତମାନ ସମୟରେ ଡିଜିଟାଲ ମିଡିଆରେ ଏହିପରି ଆଇନ ଉଲ୍ଲଂଘନ ଅନଲାଇନ୍ ପ୍ଲାଟଫର୍ମରେ ଗ୍ରାହକଙ୍କ ସୁରକ୍ଷାକୁ ନେଇ ଗମ୍ଭୀର ଚିନ୍ତା ବଢ଼ିଛି ବୋଲି ଏଏସସିଆଇ କହିଛି।

Related Articles

Back to top button
WP Twitter Auto Publish Powered By : XYZScripts.com