ଓଡ଼ିଶା

ବିନା ଲାଇସେନ୍ସରେ ପିଲା ସ୍କୁଲକୁ ଗାଡି ନେଇ ଆସିଲେ ହେବ କାର୍ଯ୍ୟାନୁଷ୍ଠାନ

କଟକ() ଏଣିକି ସ୍କୁଲ ପିଲାଙ୍କୁ ଗାଡି ଦେବା ପଡିବ ମହଙ୍ଗା । କାହିଁକିନା ଏଥର ଜବତ ହେବ ଗାଡି । ବିନା ଲାଇସେନ୍ସରେ ପିଲା ସ୍କୁଲକୁ ଗାଡି ନେଇ ଆସିଲେ ହେବ କାର୍ଯ୍ୟାନୁଷ୍ଠାନ । ସିଲଭର ସିଟିରେ ଏନେଇ ଆଜିଠାରୁ ଆରମ୍ଭ ହୋଇଛି ଜୋରଦାର ଗାଡି ଚେକିଂ।

କଟକ ଆରଟିଓ ଓ ଟ୍ରାଫିକ ପୋଲିସର ମିଳିତ ଉଦ୍ୟମରେ ଏ ଚଢାଉ ଜାରି ରହିଛି ।ସିଡିଏ ଡିଏଭି ସ୍କୁଲ ପରିସରରେ ସ୍କୁଲପିଲାମାନେ ମୋଟର ଗାଡି ଚଳାଉଥିବା ବିଷୟରେ ଏକ ସ୍ବତନ୍ତ୍ର ଡ୍ରାଇଭ ସଚେତନତା କାର୍ଯ୍ୟକ୍ରମ କରାଯାଇଛି ।

ଏହି ବୟସରେ ଗାଡି ଚଳାଇବା ପାଇଁ କୌଣସି ନିୟମ ନଥିଲାବେଳେ କାହିଁକି ସ୍କୁଲ ପିଲାମାନେ ଗାଡି ଚଳାଉଛନ୍ତି । ସେନେଇ ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକଙ୍କୁ ବୁଝାଇଛି ଟ୍ରାଫିକ ।ଏହି ଡ୍ରାଇଭ ସମୟରେ 5 ଟି ଗାଡି ଜବତ କରାଯାଇ ଥାନାକୁ ଅଣାଯାଇଥିଲା । ଏହି ସଚେତନତା ସହିତ ସେଠାରେ ଉପସ୍ଥିତ ଥିବା ଅଭିଭାବକଙ୍କ ମଧ୍ୟରେ ଏମଭି ଆକ୍ଟ (MV ACT) ସମ୍ବନ୍ଧରେ ସଚେତନତା ସୃଷ୍ଟି କରାଯାଇଥିଲା । ଆଗାମୀ ଦିନରେ ଅବଶିଷ୍ଟ ବିଦ୍ୟାଳୟ ସମ୍ମୁଖରେ ସମାନ ପ୍ରକାରର କାର୍ଯ୍ୟକାରିତା ଏବଂ ସଚେତନତା କରାଯିବ ବୋଲି ସୂଚନା ଦେଇଛନ୍ତି କଟକ ଟ୍ରାଫିକ ଏସିପି ।

Related Articles

Back to top button
WP Twitter Auto Publish Powered By : XYZScripts.com