ଓଡ଼ିଶା

ଆଣ୍ଡାମାନ ନିକୋବରରେ ପହଞ୍ଚିଲା ମୌମୁମୀ, ରଜ ସୁଦ୍ଧା ଓଡ଼ିଶା ଛୁଇଁବା ସମ୍ଭାବନା

ନୂଆଦିଲ୍ଲୀ: ଓଡ଼ିଶାରେ ଶୀଘ୍ର ଆସିପରେ ମୌସୁମୀ । ଆଣ୍ଡମାନ ନିକୋବରରେ ଆଜି ମୌସୁମୀ ପହଞ୍ଚିଛି । ତେବେ ଓଡ଼ିଶାରେ ରଜ ସୁଦ୍ଧା ମୌସୁମୀ ଆସିବ ବୋଲି ସ୍ପଷ୍ଟ କରିଛନ୍ତି ପାଣିପାଗ ବିଜ୍ଞାନୀ ଆର.କେ ଜେନାମଣି । ସେ କହିଛନ୍ତି ଆଗାମୀ ୩ ରୁ ୪ ଦିନ ଭିତରେ ବଙ୍ଗପୋସାଗରରେ ଗତିକୁ ନେଇ ମୌସୁମୀର ପ୍ରଭାବ ନିର୍ଭର କରେ ।

ଓଡ଼ିଶାରେ ହିଟ ୱେଭ ସ୍ଥିତି ଅନ୍ୟ ରାଜ୍ୟ ମାନଙ୍କ ଠାରୁ କମ୍ ରହିଛି । ଦିଲ୍ଲୀ ସମେତ ଉତ୍ତର ଭାରତରେ ୧୨୨ ବର୍ଷର ରେକର୍ଡ ଭାଙ୍ଗିଛି ତାପମାତ୍ରା । ନଜଫଗଡ ଏବଂ ମଙ୍ଗଳପୁରରେ ତାପମାତ୍ରା ୪୯ ° ରେକର୍ଡ କରାଯାଇଛି । ଆସନ୍ତା କାଲିଠୁ western disturbance ଯୋଗୁ ତାପମାତ୍ରା କମିବ ।

ଘଡଘଡି ସହିତ ବର୍ଷା ଏବଂ ପବନ ହେବାର ସମ୍ଭାବନା ରହିଛି । ଆଣ୍ଡମାନ ନିକୋବର ସାଗରରେ ବର୍ତ୍ତମାନ ମୌସୁମୀ ପ୍ରବେଶ କରିଛି । ଯାହା ଖୁବ୍ ଶୀଘ୍ର ବଙ୍ଗୋପସାଗର ଅଂଚଲରେ ପ୍ରବେଶ କରିବ । ଏହା ସହିତ କେରଳରେ ପ୍ରବଳ ବର୍ଷାର ଓ୍ୱାର୍ଣ୍ଣିଂ ଦିଆଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com