ଓଡ଼ିଶା

କୋଭିଡରେ ବଢିଛି ମୁଣ୍ଡ ପିଛା ଆୟ, ୨୦୨୧-୨୨ରେ ଅଭିବୃଦ୍ଧି ହାର ୧୦%ରୁ ଅଧିକ

ଭୁବନେଶ୍ୱର: କୋଭିଡ ସତ୍ତ୍ୱେ ବିକାଶରେ ଲାଗିନି ବାଧକ  । କୋଭିଡର ହାହାକାର ମଧ୍ୟରେ ମଧ୍ୟ ବଢିଛି ଓଡ଼ିଶା ଲୋକଙ୍କ ମୁଣ୍ଡ ପିଛା ଆୟ  ।  ୨୦୨୧-୨୨ରେ ରାଜ୍ୟର ଅଭିବୃଦ୍ଧି ହାର ୧୦ ପ୍ରତିଶତରୁ ଅଧିକ ରହିଛି । ଆଜି ବିଧାନସଭାରେ ଉପସ୍ଥାପିତ ୨୦୨୧-୨୨ ଆର୍ଥିକ ବର୍ଷର ଅର୍ଥନୈତିକ ସର୍ଭେ ରିପୋର୍ଟରେ ଏହା ଉଲ୍ଲେଖ ରହିଛି । ରିପୋର୍ଟ ଅନୁଯାୟୀ ରାଜ୍ୟର ଅଭିବୃଦ୍ଧି ହାର ୨୦୨୧-୨୨ରେ ୧୦.୧ ପ୍ରତିଶତ ରହିଛି । ଜାତୀୟ ହାର ୮.୮ ପ୍ରତିଶତ ରହିଥିବା ବେଳେ ଓଡ଼ିଶା ଭଲ ସ୍ଥିତିରେ ଅଛି ବୋଲି ସର୍ଭେ କହୁଛି । ୨୦୨୦-୨୧ରେ ରାଜ୍ୟର ଅଭିବୃଦ୍ଧି ହାର ୫.୩ ପ୍ରତିଶତ ଥିଲା । କୋଭିଡ ମହାମାରୀ ପାଇଁ ଅଭିବୃଦ୍ଧି ହାର ପ୍ରଭାବିତ ହୋଇଥିଲା ।

ହେଲେ ୨୦୨୧-୨୨ରେ ଏହା ବୃଦ୍ଧି ପାଇ ୧୦.୧ ପ୍ରତିଶତ ହୋଇଛି । ସେପଟେ ବଢିଛି ରାଜ୍ୟର ମୁଣ୍ଡ ପିଛା ଆୟ । 2011-12 ରେ ଏହା 48 ହଜାର 499 ଥିବା ବେଳେ 22021-22 ରେ 1 ଲକ୍ଷ 27 ହଜାର 383ରେ ପହଁଚିଛି । 11-12 ତୁଳନାରେ ଏହା ଡବଲ ହୋଇଛି । ଅର୍ଥାତ 16.8 ପ୍ରତିଶତ ରହିଛି । ଖଣି କ୍ଷେତ୍ରରେ ବହୁତ ଭଲ ଉତ୍ପାଦନ ହୋଇଛି । ବହୁ ସଂଖ୍ୟାରେ ଶିଳ୍ପାନୁଷ୍ଠାନ ଓଡିଶା ଆସୁଛନ୍ତି । ଯାହା ଦ୍ୱାରା ନିଯୁକ୍ତି ସମ୍ଭାର ବି ସୃଷ୍ଟି ହୋଇଛି । ମିଶନ ଶକ୍ତି, କାଳିଆ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ନୂଆ ଓଡିଶା ସଶକ୍ତି ଓଡିଶା ଗଠନ ଦିଗରେ ପ୍ରମୁଖ ଭୂମିକା ନିଭାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com