ଓଡ଼ିଶା

ଜଳିଗଲା ପରିବା ଦୋକାନ, କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧ

ଧର୍ମଗଡ()  କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହର ନକଟିଗୁଡା ଛକ ନିକଟରେ ଅଭାବନୀୟ ଘଟଣା । ୧୧ କେଭି ବିଦ୍ୟୁତ ତାର ଛିଣ୍ଡି ପଡ଼ିବାରୁ ନିକଟରେ ଥିବା ୫ ଟି ପରିବା ଦୋକାନ ଜଳିପୋଡ଼ି ପାଉଁଶ ହୋଇଯାଇଛି । ଫଳରେ କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧ କରାଯାଇଛି ।

ଖବର ପାଇ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚିବା ପୂର୍ବରୁ ସମ୍ପୂର୍ଣ ଦୋକାନ ଜଳି ଯାଇଛି । ସେପଟେ କ୍ଷତିପୂରଣ ଦାବିରେ ବ୍ୟବସାୟୀ ଭବାନୀପାଟଣା ଜୟପୁର ଜାତୀୟ ରାଜପଥ ୨୬କୁ ନିକଟଗୁଡା ନିକଟରେ ଅବରୋଧ କରିଥିବା ବେଳେ ଖବର ପାଇ ଘଟଣା ସ୍ଥଳରେ ଟାଉନ ଥାନା ପୋଲିସ ପହଞ୍ଚି ବ୍ୟବସାୟୀଙ୍କ ସହ ଆଲୋଚନା ଜାରି ରଖିଥିବା ଜଣାପଡିଛି l

Related Articles

Back to top button
WP Twitter Auto Publish Powered By : XYZScripts.com