ଓଡ଼ିଶା

ପୋଲିସର ଧରପଗଡ, ନିଶା ବେପାରୀଙ୍କ ଘରୁ ୧ କୋଟିରୁ ଅଧିକ ସମ୍ପତ୍ତି ଜବତ

ପୁରୀ : ପୁରୀ ଜିଲ୍ଲାରେ ନିଶା କାରବାର ଉପରେ ରୋକ ଲଗାଇବା ପାଇଁ ପୋଲିସ ପକ୍ଷରୁ ଆରମ୍ଭ ହୋଇଛି ସ୍ୱତନ୍ତ୍ର ଧରପଗଡ଼ । ଚଳିତ ବର୍ଷ ଆରମ୍ଭରୁ ବର୍ତ୍ତମାନ ପର୍ଯ୍ୟନ୍ତ ପୋଲିସ ୧ କେଜି ୩୯୨ ଗ୍ରାମ ବ୍ରାଉନ ସୁଗାର ଜବତ କରିଥିବା ବେଳେ ୨୧ ଜଣ ଅପରାଧୀଙ୍କୁ ଗିରଫ କରିବା ସହ କୋର୍ଟଚାଲାଣ କରିଛି ପୋଲିସ ।
ତେବେ କୁଖ୍ୟାତ ନିଶା ବେପାରୀ ଅନିରୁଦ୍ଧ ଜୟସିଂ ଓରଫ ଅନୁକୁ ପୋଲିସ ଗତ ଜାନୁଆରୀରେ ଗିରଫ କରିଥିବା ବେଳେ ନିଶା ବେପାରରୁ ଅର୍ଜିିଥିବା ୧ କୋଟିରୁ ଅଧିକ ମୂଲ୍ୟର ସମ୍ପତି ଜବତ କରିଛି । ଅନିରୁଦ୍ଧଙ୍କଠାରୁ ଠାରୁ ପୋଲିସ ୨ଟି ଜେସିବି, ୧ଟା କାର, ୧ଟା ଟ୍ରାକ୍ଟର ସମେତ ସୁନାରୁପା ଅଳଙ୍କାର ଜବତ କରିଛି । ଅନୁ ନାମରେ ପୂର୍ବରୁ ନିଶା କାରବାର ନେଇ ବିଭିନ୍ନ ଥାନାରେ ଅନ୍ୟ ୪ ଟି ମାମଲା ରହିଥିବା ଜଣାପଡିଛି।

Related Articles

Back to top button
WP Twitter Auto Publish Powered By : XYZScripts.com