ଓଡ଼ିଶାଜାତୀୟ

ରାଷ୍ଟ୍ରବାଦୀ ଶିକ୍ଷକ ପରିଷଦ ଗଞ୍ଜାମ ଶାଖା ଆନୁକୂଲ୍ୟରେ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳିତ

ବ୍ରହ୍ମପୁର, ୦୮/୦୮/୨୦୨୨- ବ୍ରହ୍ମପୁର ଖୋଡାସିଙ୍ଗି ସ୍ଥିତ ସମ୍ରାଟ ମହାବିଦ୍ୟାଳୟର ସଭାଗୃହ ଠାରେ ରାଷ୍ଟ୍ରବାଦୀ ଶିକ୍ଷକ ପରିଷଦ, ଗଞ୍ଜାମ, ଓଡ଼ିଶା ଶାଖା ପକ୍ଷରୁ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଅମୃତ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଭାପତି କୁମୁଦ ଚନ୍ଦ୍ର ସାମଲଙ୍କ ପୌରୋହିତ୍ୟରେ ଏହି ମହୋତ୍ସବ ଆୟୋଜିତ ହୋଇଥିଲା । ଜିଲ୍ଲାର ୪ ଜଣ ସ୍ଵାଧନତା ସଂଗ୍ରାମୀ ସ୍ୱର୍ଗତ ନାରସୁ ଶତପଥୀ, ସୋମନାଥ ପଣ୍ଡା, ଦାମୋଦର ପଣ୍ଡା ଓ ଗୋପାଳ ଚନ୍ଦ୍ର ଦାସଙ୍କ ପରିବାର ସଦସ୍ୟଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ମୁଖ୍ୟ ବକ୍ତା ରୂପେ ରାମ ନାରାୟଣ ମହାବିଦ୍ୟାଳୟ, ଡୁରାର ଅଧ୍ୟକ୍ଷ ଡଃ ବନମାଳୀ ପାଣଗ୍ରାହୀ ଯୋଗଦେଇ ସ୍ଵାଧୀନତା ସଂଗ୍ରାମରେ ଗଞ୍ଜାମର ଅବଦାନ ଉପରେ ଆଲୋକପାତ କରିଥିଲେ । ସମ୍ମାନିତ ଅତିଥି ରୂପେ ବିଶିଷ୍ଟ ସ୍ତମ୍ଭକାର ଓ ପ୍ରାକ୍ତନ ଗଞ୍ଜାମ ମହାବିଦ୍ୟାଳୟ ଅଧ୍ୟକ୍ଷ ଡଃ ପ୍ରଫୁଲ୍ଲ ଚଦ୍ର ମହାନ୍ତି । ସମ୍ରାଟ ମହାବିଦ୍ୟାଳୟ ଅଧ୍ୟକ୍ଷ ସତ୍ୟ ନାରାୟଣ ମିଶ୍ର, ଭଗବାନ ତ୍ରିପାଠୀ, ସୁଧାଂଶୁ ଶେଖର ପଣ୍ଡା ପ୍ରମୁଖ ଯୋଗଦେଇ ଅନାଲୋଚିତ ସ୍ୱାଧିନତା ସଂଗ୍ରାମୀଙ୍କ ଅବଦାନ ଉପରେ ଉଦ୍ ବୋଧନ ଦେଇଥିଲେ । ଜିଲ୍ଲା ସମ୍ପାଦକ କଳାକାର ପୃଷ୍ଟି ସଂପାଦକୀୟ ବିବରଣୀ ପାଠକରିଥିଲେ । ଜୁଲାଇ ୨୪ ତାରିଖରେ କୁଇନ୍ ଅଫ୍ ଦା ମିଶନ୍ ଉଚ୍ଚବିଦ୍ୟାଳୟରେ ହୋଇଥିବା ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ସାର୍ଟିପିକେଟ୍ ସହିତ ପୁରସ୍କାର ପ୍ରଦାନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମକୁ ସମାଜ ସେବୀ ରଶ୍ମିତା ପାଣିଗ୍ରାହୀ, ସବିତା ସାହୁକାର, ପଣ୍ଡିତ ବିନାୟକ ତ୍ରିପାଠୀ, ଏସ୍ ରାଧାକୃଷ୍ଣ ପାତ୍ର, ସୁବ୍ରତ ସାହୁ, ହାଡ଼ିବନ୍ଧୁ ମାଳୀ ତଥା ସମ୍ରାଟ ମହା ବିଦ୍ୟାଳୟର ଅଧ୍ୟାପକ, ବିଦ୍ୟା ମନ୍ଦିରର ଆଚାର୍ଯ୍ୟବୃନ୍ଦ, କର୍ମଚାରୀ ଏହାକୁ ସାଫଲ୍ୟ କରିଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com