ଓଡ଼ିଶା

ପିସିସି ସଭାପତି ପରିବର୍ତ୍ତନ ପ୍ରତିକ୍ରିୟା ରଖିଲେ ତାରା, କହିଲେ କଂଗ୍ରେସ ବଞ୍ଚିଲେ ଦେଶ ବଞ୍ଚିବ

ଭୁବନେଶ୍ୱର() କଂଗ୍ରେସରେ ନିହାତି ଭାବେ ଯୋଗ୍ୟ ବ୍ୟକ୍ତି ଅଛନ୍ତି । କିଏ ଏଠି କୋଳି ଖାଇ ମଞ୍ଜି ପୋତି ନାହାଁନ୍ତି । ଯଥାଶୀଘ୍ର ପିସିସି ପରିବର୍ତ୍ତନ କରିବା ସମୟ ଆସିଯାଇଛି ମୋତେ କଲେବି ଚଳିବ । ନକଲେ ମଧ୍ୟ ଚଳିବ ।

କିନ୍ତୁ ଦକ୍ଷିଣ ଓଡ଼ିଶାର ଜଣେ ନିହାତି ଭାବରେ ପିସିସି ହେବା ଦରକାର । ବର୍ତ୍ତମାନ ସମୟ ଆସିଛି ସମସ୍ତେ ଏକଜୁଟ ହେବା ଆବଶ୍ୟକ ଅଛି । କାରଣ କଂଗ୍ରେସ ବଞ୍ଚିଲେ ଦେଶ ବଞ୍ଚିବ । ପସିସି ସଭାପତି ପରିବର୍ତ୍ତନ ପ୍ରସଙ୍ଗରେ ଦଳରେ ଲାଗିରହିଛି ଛକାପଞ୍ଝା । କିଏ କହୁଛି ପୁରା ପସିସି ପରିବର୍ତ୍ତନ କର କିଏ କହୁଛି ମୁଖିଆ ବଦଳାଅ ।

ଏସବୁ ଭିତରେ ବରିଷ୍ଠ କଂଗ୍ରେସ ନେତା ତଥା କଟକ ବାରବାଟି ବିଧାୟକ ମହମ୍ମଦ ମୋକ୍କିମ ବଡ଼ ବୟାନ ସାମ୍ନାକୁ ଆସୁଛି । ଚଳିତ ମାସ ଶେଷ ସୁଦ୍ଧା ରାଜ୍ୟରେ ପିସିସି ସଭାପତି ପରିବର୍ତ୍ତନ ହେବ ବୋଲି କହିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com