ଓଡ଼ିଶା

କାକଟପୁରରେ ରାଜନୈତିକ ହିଂସା, ଠେଙ୍ଗାରେ ଆକ୍ରମଣ କରି କଲେ ଗୁରୁତର

କୋଣାର୍କ() କାକଟପୁର ବ୍ଲକ୍ ସୁହାଗପୁର ପଂଚାୟତ ସୁହାଗପୁରରେ ପୁଣି ରାଜନୈତିକ ହିଂସା ଦେଖିବାକୁ ମିଳିଛି । ଅଭିଯୋଗ ଅନୁସାରେ ମଙ୍ଗଳବାର ବିଜେପି ପ୍ରଚାର ଗାଡି ବୁଲୁଥିବା ବେଳେ ସେହି ଗ୍ରାମର ଜଣେ ବ୍ୟକ୍ତି ପ୍ରଚାର ଗାଡିକୁ ଅଟକାଇ ଥିଲେ । ଫଳରେ ଅକ୍ଷୟ ପୃଷ୍ଟି ନାମକ ଜଣେ ବ୍ୟକ୍ତିଙ୍କ ଦାଦାଙ୍କ ସହ ବ୍ୟକ୍ତି ଜଣଙ୍କ ବଚସା କରିଥିଲେ । ପରେ ଅକ୍ଷୟ ପହଞ୍ଚି ବୁଝାସୁଝା କରିବା ପରେ ସ୍ଥିତି ଶାନ୍ତ ପଡିଥିଲା ।

କିନ୍ତୁ ବୁଧବାର ସକାଳୁ ଅକ୍ଷୟ ବସିଥିବା ବେଳେ ବ୍ୟକ୍ତି ଜଣଙ୍କ ଏକ ଠେଙ୍ଗାରେ ଆକ୍ରମଣ କରି ତାଙ୍କୁ ଗୁରୁତର କରିଥିଲେ । ପ୍ରଥମେ ମେଡିକାଲ ଓ ପରେ କାକଟପୁର ଥାନାରେ ଏ ନେଇ ଅଭିଯୋଗ କରିଛନ୍ତି ଆହତ ବ୍ୟକ୍ତି । କାକଟପୁର ପୋଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com