ଓଡ଼ିଶା

ପୋଲସରା ବ୍ଳକ ଅନ୍ତର୍ଗତ ଅନ୍ଧାରି ଗ୍ରାମରେ ପୋଖରୀରେ ବୁଡି ନାବାଳିକା ମୃତ୍ୟୁ

ପୋଲସରା ବ୍ଳକ ଅନ୍ତର୍ଗତ ପାଣ୍ଡିରିପଡା ଗ୍ରାମ ପଞ୍ଚାୟତର ଅନ୍ଧାରି ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା l ଜଣେ ନାବାଳିକା ଜୁଲାଇ ୨୭ ତାରିଖ ଦିନ ପୋଖରୀ ପାଣିରେ ବୁଡି ପ୍ରାଣ ହରାଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ପ୍ରକାରେ ଅନ୍ଧାରି ଗ୍ରାମ ସୁରେନ୍ଦ୍ର ଶବରଙ୍କ ଝିଅ ଅଗସ୍ତି ଶବର ନିଜ ଗ୍ରାମର ଆଗୁଳ ପୋଖରୀକୁ ଗାଧୋଇବା ପାଇଁ ଯାଇଥିବା ବେଳେ ଗୋଡ଼ ଖସିଯିବାରୁ ପାଣିରେ ବୁଡି ଯାଇଥିଲେ। ପୋଖରୀରେ ଗାଧୋଉଥିବା ଅନ୍ୟ ମହିଳା ମାନେ ଅଗସ୍ତିଙ୍କୁ ଉଦ୍ଧାର କରିଥିଲେ । ଖବର ପାଇ ସ୍ଥାନୀୟ ସରପଞ୍ଚ ରଘୁନାଥ ଭୂୟାଁ ପୋଲସରା ପୋଲିସ ଓ ଆମ୍ବୁଲାନ୍ସ ସହିତ ଯୋଗାଯୋଗ କରି ପୋଲସରା ମେଡିକାଲକୁ ଚିକିତ୍ସା ପାଇଁ ପଠାଇ ଥିଲେ। ଡାକ୍ତର ଅଗସ୍ତି ଶବରକୁ ମୃତ୍ୟୁ ଘୋଷଣା କରିବା ପରେ ପୋଲିସ ମର ଶରୀର ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ପାଣ୍ଡିରିପଡା ସରପଞ୍ଚ ଶ୍ରୀ ଭୂୟାଁ ସ୍ୱର୍ଗତ ଅଗସ୍ତିଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇବା ସହ ବ୍ୟକ୍ତିଗତ ଭାବେ ଆର୍ଥିକ ସହାୟତା ପ୍ରଦାନ କରିଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com