ଓଡ଼ିଶା

ସତ ଓଗାଳିଲା ଅଭିଯୁକ୍ତ ରଞ୍ଜନ, ମାନସ ଅପହରଣରେ ରଞ୍ଜନ ସହ ଥିଲେ ଶର୍ମିଷ୍ଠା

କଟକ () 3ଦିନ ମଧ୍ୟରେ 100ଟି ପ୍ରଶ୍ନ ଆଉ ଶେଷରେ ଶଙ୍ଖାରୀଗଡା ନିଆଯିବା ପରେ ରଞ୍ଜନ କ୍ରାଇମବ୍ରାଞ୍ଚ ପାଖରେ ସବୁ ସତ ଓଗାଳିଛି । ସେ କିପରି ଓ କେଉଁଠୁ କ୍ୟାମେରାମ୍ୟାନ୍‌ ମାନସକୁ ଅପହରଣ କଲା ଏବଂ କିଏ କିଏ ତା ସହ ଥିଲେ ସବୁ ମାନିଯାଇଛି । ମାନସର ଅପହରଣ ବେଳେ ରଞ୍ଜନ ସହ ଥିଲେ ଶର୍ମିଷ୍ଠା , ଝୁନା ଭୋଇ, ଭାଗ୍ୟଧର ନାୟକ, ନିଲୁ ଓରଫ ବିବେକ ।

ମୃତଦେହ ପୋତିବାରେ ବ୍ୟବହୃତ ସାମଗ୍ରୀକୁ ବୁଦା ମୂଳରୁ ବାହାର କରୁଛି ରଞ୍ଜନ ।

ଏପରିକି ଆହୁରି ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସଂପର୍କରେ କ୍ରାଇମବ୍ରାଞ୍ଚକୁ ଜଣାଇଛି । ସେନେଇ ସମସ୍ତ କଳାଚିଠା ଖୋଲିଛି ରଞ୍ଜନ । ଚଣ୍ଡିଖୋଲରୁ 2 କିଲୋମିଟର ଦୂର ଦୈତାରୀ-ପାରାଦୀପ ରାସ୍ତା କଡରୁ କ୍ରାଇମବ୍ରାଞ୍ଚ ଟିମ୍‌କୁ ମାନସଙ୍କ ମୋବାଇଲର ଇୟର ଫୋନ୍‌, ଅଧାପୋଡ଼ା ଚପଲ ମିଳିଛି ।

ବୁଦାମୂଳରୁ ମାନସ ହତ୍ୟାକାଣ୍ଡରେ ବ୍ୟବହୃତ ସାମଗ୍ରୀ ବାହାର କରୁଛି ରଞ୍ଜନ ।

ଏପିରିକି  ଦୈତାରୀ-ପାରାଦୀପ ରାସ୍ତା କଡ ଵୁଦାରୁ କୋଡି ଓ କୋଦାଳ ମଧ୍ୟ ଜବତ କରାଯାଇଛି । ଜେରା ବେଳେ ରଞ୍ଜନ ସ୍ବିକାର କରିଥିଲା ଯେ ଅତ୍ୟଧିକ ମାଡ଼ ହେତୁ ମାନସଙ୍କ ମୃତ୍ୟୁ ହୋଇଥିଲା । ପରେ ମାନସର ମୃତଦେହକୁ ଏକ ଅଖାରେ ପଶାଇ ଶାଢୀରେ ଗୁଡ଼ାଇ ଶର୍ମିଷ୍ଠାଙ୍କ କାର୍‌ରେ ନୟାଗଡ଼ ନିଆଯାଇଥିଲା।

ସେଠାରେ ଶବ ପୋତାଯିବା ପରେ ଏଥିରେ ବ୍ୟବହୃତ ଜିନିଷକୁ ନଷ୍ଟ କରିବାକୁ ଅଭିଯୁକ୍ତମାନେ ନୟାଗଡ଼ରୁ ପହଞ୍ଚିଥିଲେ ସୁଦୂର ଚଣ୍ଡିଖୋଲର ଶଙ୍ଖାରିଗଡ଼ା । ଏହାପରେ ସେମାନେ ନିଜ ନିଜ ବାଟରେ ଚାଲି ଯାଇଥିଲେ। ଭାବିଥିଲେ ପୁଲିସ୍‌ ପକ୍ଷେ ପ୍ରମାଣ ହାତେଇବା କଷ୍ଟକର ହୋଇପଡ଼ିବ । ଫଳରେ ସେମାନେ ଅନାୟସରେ ଖସିଯିବେ ।

Related Articles

Back to top button
WP Twitter Auto Publish Powered By : XYZScripts.com