ମାନସ ସ୍ୱାଇଁ ହତ୍ୟାକାଣ୍ଡରୁ ହଟୁଛି ପରଦା, ମାଷ୍ଟରମାଇଣ୍ଡ ଶର୍ମିଷ୍ଠାକୁ ନେଇ କ୍ରାଇମ ସ୍ପଟରେ କ୍ରାଇମବ୍ରାଞ୍ଚ
![](https://i0.wp.com/odia.mobilenews24x7.com/wp-content/uploads/2022/04/manas-swain-murder-case.jpg?resize=780%2C470&ssl=1)
ଭୁବନେଶ୍ବର () କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲା । ଚାନ୍ଦବାଲି କ୍ରାଇମ ସ୍ପଟରେ ଶର୍ମିଷ୍ଠାଙ୍କୁ ନେଇ ତନାଘନା କଲା କ୍ରାଇମବ୍ରାଞ୍ଚ । ମାନସଙ୍କ ହତ୍ୟାକାରୀକୁ କ୍ରାଇମ ସ୍ପଟକୁ ନେବା ଖବର ଜାଣି ଲୋକଙ୍କ ଭିଡ଼ ହୋଇଥିଲା । ଯାହାଫଳରେ ସେଠାରେ ଅଳ୍ପ ସମୟ ରହି ଶର୍ମିଷ୍ଠାକୁ ପୁଣି କଟକ ମୁଖ୍ୟାଳୟକୁ ନେଇ ଆସିଛି କ୍ରାଇମବ୍ରାଞ୍ଚ । ଭିଡ଼ ଯୋଗୁ ଡେମୋ ଦେଖାଇ ପାରିନଥିବା ସୂଚନା ମିଳିଛି । ଚାନ୍ଦବାଲି ପଳାସପୁରରୁ କେମିତି ହୋଇଥିଲା ମାନସଙ୍କ ଅପହରଣ, ସେହି ଡେମୋ କମ୍ ସମୟରେ ଦେଖାଇଛି ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ।
ଏହାପରେ ଦୟାଲ ଆଶ୍ରମ ଓ ନୟାଗଡ଼ରେ କ୍ରାଇମ ସିନ୍ ରିକ୍ରିଏଟ କରିବ କ୍ରାଇମବ୍ରାଞ୍ଚ । ଏବେ ସୁଦ୍ଧା କ୍ରାଇମବ୍ରାଞ୍ଚକୁ ହତ୍ୟାରେ ବ୍ୟବହୃତ ମାରଣାସ୍ତ୍ର ମିଳିନି । ଶର୍ମିଷ୍ଠାର ଡେମୋରୁ ତା’ର ବି ସୁରାକ୍ ପାଇପାରେ ବୋଲି କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ମିଳିଛି । ଶେଷରେ ନୟାଗଡ଼ରେ କେଉଁଠି ଓ କେଉଁ ପ୍ଲାନିଂରେ ମୃତଦେହ ପୋତିଥିଲେ ଏବଂ ପ୍ରମାଣ ଲୁଚାଇବାକୁ କ’ଣ ହୋଇଥିଲା ଯୋଜନା, ତା’ର ଡେମୋ ଦେଖାଇବ ଅଭିଯୁକ୍ତ ।