ଓଡ଼ିଶା
ଟାକେରା ଘାଟିରେ ଦୁର୍ଘଟଣା: ଟ୍ରକ୍ ଚାଳକଙ୍କ ମୃତ୍ୟୁ, ୨୦ରୁ ଅଧିକ ଯାତ୍ରୀ ଗୁରୁତର

ଦଶପଲ୍ଲା() ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଅଧୀନ ଟାକେରା ଘାଟିରେ ଆଜି ମଧ୍ୟାହ୍ନରେ ଏକ ସାଙ୍ଘାତିକ ଦୁର୍ଘଟଣା ଘଟିଛି। କଣ୍ଟାମାଳରୁ ଜଟଣୀ ଅଭିମୁଖେ ଯାଉଥିବା ଓଏସ୍ଆରଟିସିର ଏକ ବସ୍ ଓ ଏକ ଗ୍ୟାସ୍ ଭର୍ତ୍ତି ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏହାଫଳରେ ଘଟଣାସ୍ଥଳରେ ଟ୍ରକ୍ ଚାଳକଙ୍କ ମୃତ୍ୟୁ ଘଟିଛି। ତାଙ୍କର ପରିଚୟ ମିଳିନାହିଁ।




